ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟା ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨ ଦିନ ତଳେ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷ ରଖିଥିଲା । ତଦନ୍ତ ପାଇଁ ଅଧିକ ସମୟ ମାଗିଥିଲା କ୍ରାଇମବ୍ରାଞ୍ଚ ।
ଅଗଷ୍ଟ ୩୦ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ଆସିଥିଲା । ଲକଡାଉନ୍ ସମୟରେ ଓଟିଭିର ୪ ଓ ୩ ଜଣ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନଇ ଅଭିଯୋଗ ହୋଇଥିଲା । କମିଶନରେଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିଲେ ।