ବାଲେଶ୍ଵରରେ ଲଜ୍ଜା: ୭ ବର୍ଷର ନାବାଳିକାଙ୍କୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ

ବାଲେଶ୍ଵର ବସ୍ତା ଅଂଚଳରେ ଲଜ୍ଜା। ୭ ବର୍ଷର ନାବାଳିକାଙ୍କୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୁକ୍ତ ଜେଜେବାପାକୁ ଥାନାରେ ଅଟକ ରଖିଛି ପୋଲିସ। ବସ୍ତା ଅମର୍ଦ୍ଦାରୋଡ଼ ଫାଣ୍ଡି ଅଂଚଳର ଏ ଘଟଣା। ନାବାଳିକା ଜଣକ ପଡୋଶୀ ଘରକୁ ଯିବା ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଝିଅର ଚିତ୍କାର ଶୁଣି ପଡ଼ୋଶୀ ଆସି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଜଣକୁ ଘରୁ ଉଠାଇ ଆଣି ପଚରାଉଚରା ଜାରି ରଖିଛନ୍ତି।