ନାବାଳିକାକୁ ରାଉରକେଲାରେ ଗଣଦୁଷ୍କର୍ମ, ତଦନ୍ତ ଆରମ୍ଭ

ରାଉରକେଲା: ସହରରେ ପୁଣି ଲଜ୍ଜା। ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ସିଭିଲ ଟାଉନସିପରୁ ୧୭ ବର୍ଷର ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।‌ ଗତ ୨୨ ତାରିଖ ରାତିରେ ନାବାଳିକାକୁ ଉଠାଇ ନେଇ ପ୍ରଥମେ ଦୁଇଜଣ ଓ ପରେ ତିନି ଜଣ ଗଣ ଦୁଷ୍କର୍ମ କରିଛନ୍ତି।

ପ୍ଲାଣ୍ଟ ସାଇଟ ଥାନା ସାତତାଲା ଛକ ନିକଟସ୍ଥ ଏକ ଅନ୍ଧାରୁଆ ଜାଗାରେ କରିଛନ୍ତି ଗଣଦୁଷ୍କର୍ମ । ଏନେଇ ରଘୁନାଥପାଲି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।