ରାସ୍ତାରୁ ଉଠାଇନେଇ ନାବାଳିକାକୁ ଗଣଦୁଷ୍କର୍ମ, ବନ୍ଧାହେଲେ ୩ ଅଭିଯୁକ୍ତ

ସମ୍ବଲପୁର: କୁଚିଣ୍ଡାରେ ଘଟିଛି ଲଜ୍ଜାଜନକ ଘଟଣା  ।  ମହୁଲପାଲି ଥାନା ଅଞ୍ଚଳର ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ପାଲଟିଛି  । ସୂଚନା ମୁତବାକ ଜଣେ ୧୭ ବର୍ଷିୟା ନାବାଳିକା କଲେଜରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ଉକ୍ତ ନାବାଳିକାକୁ ରାସ୍ତାରୁ ଉଠାଇନେଇଥିଲେ  । ପରବର୍ତ୍ତୀ ସମୟରେ ଜଙ୍ଗଲକୁ ଟେକି ନେଇ ସେଠାରେ  ଉଠାଇ ନେଇ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଗତ ଶନିବାର ଘଟିଥିବାବେଳେ ପୋଲିସ ଅଭିଯୋଗ ପାଇବା ମାତ୍ରେ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା  ।

ପୋଲିସ ପୀଡ଼ିତାଙ୍କ ବୟାନ ଏବଂ ଅଭିଯୋଗକୁ ଭିତ୍ତକରି ତଦନ୍ତ ଜାରି ରଖିଥିଲା ।  ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇ ସହଯୋଗୀ ଦଶରଥ ଲୁରୁରା ଓ ଅମିତ କିଷାନଙ୍କୁ ଗିରଫ କରିଛି ପୋଲିସ୍ । ଗତ ଶନିବାର ଅପରାହ୍ନରେ ନାବାଳିକା ଜଣଙ୍କ କଲେଜରୁ ଘରକୁ ଫେରୁଥିବାବେଳେ  ୩ ଜଣ ବାଇକରେ ଆସି ଉଠାଇ ନେଇଥିଲେ  ।  ଜଙ୍ଗଲ ମଧ୍ୟକୁ ଏହି ଅଭିଯୁକ୍ତ ମାନେ ନାବାଳିକାକୁ ନେଇ ଯାଇଥିବାବେଳେ ରାତିସାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସେପଟେ ଜଙ୍ଗଲରୁ ପୀଡ଼ିତା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ  । ପରବର୍ତ୍ତୀ ସମୟରେ ମହୁଲପାଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ୩ ଜଣଙ୍କୁ ଗିରଫ କରି ପୋଲିସ ଡାକ୍ତରୀ ପରୀକ୍ଷା କରାଇଛି । କିନ୍ତୁ କୁଚିଣ୍ଡା ଭଳି ଏକ ସ୍ଥାନରେ ଏଭଳି ଅମାନୁଷିକ ଘଟଣା ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି  । ଏହି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି  । ଯଦି ବା ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି କିନ୍ତୁ ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସୀ  । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ଦାବି କରାଯାଇଛି  ।