spot_img

Latest Posts

ନାବାଳକ ଗୁଳିରେ ପୋଲିସ ଆହତ ; ଶିବ ମନ୍ଦିରରେ ପୂଜାର୍ଚ୍ଚନା ବେଳେ ପୋଲିସ ହାତରେ ବାଜିଲା ଗୁଳି

ନନ୍ଦିଘୋଷ ବ୍ୟୁରୋ : ନାବାଳକ ଗୁଳିରେ ପୋଲିସ ଆହତ । ବାସୁଦେବପୁର ବ୍ଲକ ଚୂଡାମଣି ଜେଠି ଶିବ ମନ୍ଦିରରେ ଘଟିଛି ଅଭାବନୀୟ ଘଟଣା । ଶିବ ମନ୍ଦିରରେ ପୂଜାର୍ଚ୍ଚନା ବେଳେ ପୋଲିସ ହାତରେ ବାଜିଛି ଗୁଳି । ଶାଶୂଭୁଆଶୁଣୀ ଗାଁର ମୁକ୍ତିକାନ୍ତ ମଳିକ ତାଙ୍କ ପୁଅ ପାଇଁ ଚୂଡାମଣି ଜେଠି ଶିବ ମନ୍ଦିରରେ ରୁଦ୍ରାଭିଷେକ କରୁଥିଲେ । ଯେଉଁଠାକୁ ମୁକ୍ତିକାନ୍ତ ମଳିକଙ୍କ ଶଳା ବି ଯାଇଥିଲେ । ଯିଏ କି କେନ୍ଦ୍ରାପଡାରେ ଇନ୍ସପେକ୍ଟର ଭାବେ SPଙ୍କ ଅଫିସରେ କାର୍ଯ୍ୟରତ । ଯେତେବେଳେ ଇନସପେକ୍ଟର ଜଣଙ୍କ ରୁଦ୍ରାଭିଷେକରେ ଯୋଗ ଦେବାକୁ ଯାଇଥିଲେ । ଗାଡ଼ିରେ ବସିଥିବା ତାଙ୍କ ଭଣଜା ଅଜଣାତରେ ବନ୍ଧୁକ ଟ୍ରିଗର ଚିପି ଦେବାରୁ ଗୁଳି ଫୁଟିଯାଇଥିଲା । ଗୁଳିଟି କିଛି ଦୂରତାରେ ବସି ପ୍ରସାଦ ସେବନ କରୁଥିବା ମାନସ ସେଠୀ ନାମକ ସ୍ପେଶାଲ ପୋଲିସ ଅଫିସରଙ୍କ ହାତରେ ବାଜିଥିଲା । ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ନାବାଳକ ପୋଲିସ ଇନ୍ସପେକ୍ଟରଙ୍କ ଭଣଜା ହୋଇଥିବାରୁ, ଚୂଡାମଣୀ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ହରଡଘଣାରେ ପଡି ଯାଇଛନ୍ତି । ତେବେ ନାବାଳକ ହାତକୁ ବନ୍ଧୁକ ଆସିଲା କେମିତି ? ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।

Latest Posts

Don't Miss