ବଟେଶ୍ବର ଶୈବପୀଠରେ ଅଘଟଣ: ଦଶମ ଶ୍ରେଣୀ ଛାତ୍ର ମୃତ, ତିନି ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବଟେଶ୍ବର ଶୈବପୀଠ ନିକଟରେ ଅଘଟଣ । ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ମୃତ । ମୃତକ ହୁମ୍ମା ଅଞ୍ଚଳର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀଜଗନ୍ନାଥ  । ଅପରାହ୍ନରେ ଜଗନ୍ନାଥ ଓ ତାଙ୍କ କିଛି ସାଙ୍ଗ ବଟେଶ୍ବର ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ତିନି ଜଣଙ୍କୁ ଉଦ୍ଧାର କରିଥିଲେ ହେଲେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା  ।

ଜଗନ୍ନାଥଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତକ ଜଣଙ୍କ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି  ।