କଟକରେ ଚାଞ୍ଚଲ୍ୟ: ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ମ୍ରିୟମାଣ ହୋଇ ନାବାଳିକାଙ୍କ ଆତ୍ମହତ୍ୟା

କଟକ: କେବେ ଭାବିନଥିଲେ ତାଙ୍କ ପ୍ରିୟ ଅଭିନେତା ଏମିତି ଅକାଳରେ ନିଜକୁ ଶେଷ କରିଦେବେ ବୋଲି । ସେ ଥିଲେ ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜବରଦସ୍ତ ପ୍ରଶଂସିକା । ନବମ ଶ୍ରେଣୀରେ ପଢୁଥିବା ନାବାଳିକା ପ୍ରଶଂସିକା କିନ୍ତୁ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ । ସ୍କ୍ରିନ ହିରୋଙ୍କ ମୃତ୍ୟୁରେ ସେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଶେଷରେ ତାଙ୍କରି ରାସ୍ତାକୁ ବାଛିନେଇ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାହା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି ।

କଟକ ଯ଼ୋବ୍ରା ପରେଶ୍ୱର ସାହିରେ ଏହି ଘଟଣା ଘଟିଥିବା ଅଭିଯ଼ୋଗ ହୋଇଛି । ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ସହ୍ୟ କରିନପାରି ନବମ ଶ୍ରେଣୀ ଛାତ୍ରୀ ସୁଇସାଇଡ କରିଥିବା ଅଭିଯୋଗ ହୋଇଛି । ଗତକାଲି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଛି । ଖବର ପାଇ  ମାଲଗୋଦାମ ଥାନା ପୋଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ଗଲା ୧୪ ଜୁନରେ ନିଜ ବାନ୍ଦ୍ରାସ୍ଥିତ ବାସଭବନରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଏହାପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ଘରେ ଚୁପଚାପ ରହୁଥିଲେ । ଗତକାଲି ହଠାତ ଚରମ ପଦକ୍ଷେପ ନେଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ସତୀଚଉରାରେ ତାଙ୍କର ଶେଷକୃତ୍ୟ କରାଯାଇଛି । ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ମଧ୍ୟ ଭାଙ୍ଗିପଡିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପାଟନା ଏବଂ ନାଲନ୍ଦାରେ ମଧ୍ୟ ତାଙ୍କର ଦୁଇ ପ୍ରଶଂସକ ଅବସାଦରେ ଆତ୍ମହତ୍ୟା କରିଥିବାବେଳେ ପୂର୍ବରୁ ଅସୁସ୍ଥ ଥିବା ତାଙ୍କ ସମ୍ପର୍କୀୟ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁକୁ ସେ ସହଜରେ ନେଇ ପାରିନଥିଲେ ।

 

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

Leave a Reply