କାହିଁକି ବାପା ବିରୋଧରେ ଥାନାକୁ ଗଲେ ୮ ବର୍ଷର ଭାଇ ଓ ୫ ବର୍ଷର ଭଉଣୀ ?

Minor Brother And Sister Seeks Police Help Against Drunk Father

ରାଉରକେଲା: ଥାନାରେ କୁନି କୁନି ୨ ଛୁଆ । କଣ ହୋଇଛି ଛୋଟ ଭାଇଭଉଣୀଙ୍କର । କାହିଁକି ନାବାଳକ ଭାଇଭଉଣୀ ଥାନାକୁ ଆସିଛନ୍ତି ? କିଏ ସେମାନଙ୍କୁ ମାଡ଼ ମାରିଲା ନା ସେମାନଙ୍କଠାରୁ କିଏ କିଛି ଚୋରି କରିନେଲା ? ଆପଣ ଭାବୁଥିବେ ଦୁହେଁ ବୋଧେ ଖେଳୁ ଖେଳୁ ଥାନାକୁ ପଳାଇ ଆସିଛନ୍ତି । ଜମା ନୁହେଁ… ବାପାଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଆସିଛନ୍ତି ଭାଇଭଉଣୀ ।

Minor Brother And Sister Seeks Police Help Against Drunk Father

ଅଭିଯୋଗ ମଦ ପାଇଁ ବାପା କରୁଛନ୍ତି ମାରଧର । ଘରେ ପ୍ରତିଦିନ ମଦ ପିଇବାକୁ ଟଙ୍କା ମାଗୁଛନ୍ତି । ଟଙ୍କା ନଦେଲେ ମାଆଙ୍କ ସହ ଝଗଡ଼ା କରୁଛନ୍ତି । ବାପାଙ୍କ ବିରୋଧରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନାରେ ୫ ବର୍ଷର ଭଉଣୀକୁ ଧରି ଅଭିଯୋଗ କରିବାକୁ ଆସିଛି ୮ ବର୍ଷର ଅଭିଜିତ୍ । ଭାଇଭଉଣୀ, ବାପାମାଆଙ୍କ ସହ ସ୍ଥାନୀୟ ପରିବା ମାର୍କେଟ୍ ପାଖରେ ରୁହନ୍ତି । ଅଭିଜିତଙ୍କ ବାପା ପେଶାରେ ଅଟୋ ଡ୍ରାଇଭର୍ ହୋଇଥିବା ବେଳେ ନିଶା ମଦ ପିଇବା ।

Minor Brother And Sister Seeks Police Help Against Drunk Father

ନିଶାରେ ଚୁର୍ ହୋଇ ପଡ଼ୁଥିବା ଅଭିଜିତଙ୍କ ବାପା ମଦ ପାଇଁ ଘରେ କରନ୍ତି ମାରଧର । ମଦ ପିଇବାକୁ ଟଙ୍କା ମାଗନ୍ତି, ମାଆ ଟଙ୍କା ନଦେଲେ ଘରେ ମାଡ଼ ମାରନ୍ତି । ଭାଇଉଭଣୀ ଏନେଇ ବାପାଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସେମାନଙ୍କୁ ସାହାଯ୍ୟ କରିବା ବୋଲି ପ୍ରତିଶ୍ରୁତି ଦେଇଛି ।

Minor Brother And Sister Seeks Police Help Against Drunk Father

ମଦ ପାଇଁ କାହାର ସଂସାର ଉଜୁଡ଼ି ଯାଉଛି ତ ଆଉ କିଏ ହରାଉଛି ମଥାର ସିନ୍ଦୂର । ଆଉ କେଉଁଠି ଗୋଟିଏ ମାତ୍ର ପୁଅକୁ ହରାଇ ବୃଦ୍ଧ ବୟସରେ ଏକୁଟିଆ ହୋଇ ପଡ଼ୁଛନ୍ତି ବାପା, ମାଆ । ଏ କୁନି ଛୁଆଁ ଦୁହେଁ ମଦର ମାରାତ୍ମକତାକୁ ଭଲ ଭାବେ ବୁଝିଛନ୍ତି । ମଦ ନପିଇବା ଲାଗି ବାରମ୍ବାର ବାରଣ କରୁଥିଲେ ବି ଶୁଣୁନାହାଁନ୍ତି ବାପା । ଫଳରେ ବାପାଙ୍କ ବିରୋଧରେ ପୋଲିସରେ ଫେରାଦ ହୋଇଛନ୍ତି ୨ ଛୁଆ ।

Leave a Reply