ବଲାଙ୍ଗୀରରେ ନାବାଳକଙ୍କୁ ବଳି !

ବଲାଙ୍ଗୀର: ବଲାଙ୍ଗୀରରେ ନାବାଳକକୁ ବଳି ସନ୍ଦେହ । ପାହାଡ ଉପରେ ନିଖୋଜ ବାଳକର ମୃତଦେହ ଠାବ । ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଝାଲିଆଲିଟି ବୁଢ଼ାଡଙ୍ଗର ପାହାଡରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲିଠାରୁ ନିଖୋଜ ଥିଲେ ନାବାଳକ । ମୃତ ନାବାଳକଙ୍କ ଘର ଜଳପାକେଲ ଗାଁରେ ବୋଲି ଜଣାପଡିଛି। ନାବାଳକ ସୋମନାଥ ପଞ୍ଚମ ଶ୍ରେଣୀର ଛାତ୍ର ।
ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ବି ଘର ଲୋକେ ସନ୍ଧାନ ପାଇନଥିଲେ । ବହୁ ଖୋଜାଖୋଜି ପରେ ଆଜି ସକାଳେ ନାବାଳକର ମୃତଦେହ ଝାଲିଆଲିଟି ଡଙ୍ଗରରୁ ମିଳିଛି । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଲାଠୋର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବ ।