ରାସ୍ତା ଉପରୁ ମିଳିଲା ୧୧ ବର୍ଷ ବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ

1 min read

ବଲାଙ୍ଗିର: ଦେଓଗାଁ ବ୍ଲକ୍‌ ସାରସମାଲ ଇଟାଭାଟି ନିକଟରେ ଥିବା ନଦୀ ପଠାରୁ ନିଖୋଜ ବବଲୁ ବଗର୍ତ୍ତିଙ୍କ ମୃତଦେହକୁ ଠାବ କରିଛି ପୋଲିସ । ପୂର୍ବରୁ ସିଲେଟକାନି-ସାରସମାଲ ରାସ୍ତାରେ ଗୋଟିଏ ଖଣ୍ଡବିଖଣ୍ଡିତ ଗୋଡ଼ ମିଳିଥିଲା ।

ଗତ ଜାନୁଆରୀ ୨୨ ତାରିଖରେ ସିଲେଟକାନିର ୧୧ ବର୍ଷର ବବଲୁ ବଗର୍ତ୍ତି ନିଖୋଜ ଥିଲେ । ବବଲୁଙ୍କୁ ବଳି ପାଇଁ ହତ୍ୟା କରାଯାଇଛି ବୋଲି ତାଙ୍କର ପରିବାରଲୋକେ ସନ୍ଦେହ କରଛନ୍ତି ।

ସନ୍ଦେହ କରିବାର କାରଣ ହେଉଛି, ରାସ୍ତା ଉପରେ ଶରୀର ପୁରା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି ।

Leave a Reply