ନିଖୋଜ ନାବାଳକର ଗଳାକଟା ମୃତଦେହ ଉଦ୍ଧାର

ସାଲେପୁର: ୧୨ ବର୍ଷ ନାବାଳକର ଗଳାକାଟି ହତ୍ୟା । ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଛ ଅଞ୍ଚଳରେ । ଚନ୍ଦନ ପୋଖରୀ ହୁଡ଼ା ନିକଟରୁ ବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା ।
ଗତକାଲି ରାତିରୁ ପିଲାଟି ଘରୁ ଯାଇ ଆଉ ଫେରି ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳୁ ତାର ଗଳାକଟା ମୃତଦେହ ଚନ୍ଦନ ପୋଖରୀ ହୁଡାରେ ପଡିଥିବା ଦେଖିବାକୁ ମିଳିଛି । ବେକରେ ଏକାଧିକ କଟା ଦାଗ ରହିଛି । କିଏ ଓ କାହିଁକି ପିଲାଟିକୁ ଏମିତି ନିର୍ମମ ଭାବେ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।
ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।