କରୋନାକୁ ନେଇ ଆୟୁଷ ମନ୍ତ୍ରାଳୟର ନୂଆ ଗାଇଡଲାଇନ: ହଳଦୀ, ଜୀରା ଖାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱବ୍ୟାପୀ ସମସ୍ତେ କରୋନା ଭାଇରସ ସହ ଲଢ଼େଇ କରୁଛନ୍ତି । ଭାରତରେ ମଧ୍ୟ ପ୍ରତିଦିନ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ସୁସ୍ଥତା ହାର ସନ୍ତୋଷଜନକ ରହିଛି, ତଥାପି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଯାବତ କରୋନାକୁ ମାତ ଦେବାପାଇଁ ଭ୍ୟାକସିନ ପ୍ରସ୍ତୁତ ହୋଇନାହିଁ । ଦୀର୍ଘ ୬ ମାସ ପରେ ମଧ୍ୟ ସଙ୍କଟ ଟଳିନଥିବାବେଳେ ଇତିମଧ୍ୟରେ କରୋନା ସଂକ୍ରମଣ ନବ୍ୟାପିବା ପାଇଁ ନୂଆ ଗାଇଡଲାଇନ ଜାରି କରିଛି ଆୟୁଷ ମନ୍ତ୍ରାଳୟ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ଯୋଶୀ ନାଇକ ମଙ୍ଗଳବାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ଚିକିତ୍ସା ଉନ୍ନତ ପ୍ରତିରୋଧକୁ ନେଇଥାଏ । ଏଥିପାଇଁ ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ ।

ଆୟୁଷ ମନ୍ତ୍ରାଳୟର ନୂଆ ଗାଇଡଲାଇନ କଣ ରହିଛି ଆସନ୍ତୁ ଜାଣିବା

  • ଆୟୁଷ ମନ୍ତ୍ରାଳୟ କହିଛି ଯେ, ପ୍ରତିଦିନ ଉଷୁମ ପାଣି ପିଅନ୍ତୁ, ଗରମ ତାଜା ଖାଦ୍ୟ ଖାଆନ୍ତୁ ।
  • ଅତିକମରେ ପ୍ରତିଦିନ ୩୦ ମିନିଟ ଯୋଗ କରନ୍ତୁ, ପ୍ରାଣାୟମ ଏବଂ ଧ୍ୟାନ କରିବା ଅତି ଗୁରୁତ୍ୱପୂର୍ଣ୍ଣ ।
  • ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଥିରେ ହଳଦୀ, ଜୀରା ଓ ଧନିଆ ଭଳି ମସଲାର ବ୍ୟବହାର କରିବା ପାଇଁ କୁହାଯାଇଛି ।
  • ଇମ୍ୟୁନିଟିକୁ ମଜଭୂତ କରିବା ପାଇଁ ସକାଳେ ଏକ ଚାମଚ ଚବନପ୍ରାଶ ଖାଇବାକୁ ନିର୍ଦ୍ଦେଶ ।
  • ମଧୂମେହ ରୋଗୀ ସୁଗାରଯୁକ୍ତ ଚବନପ୍ରାଶ ଖାଇବା ଉଚିତ ନୁହେଁ ।
  • ଦିନରେ ୨ଥର ହର୍ବାଲ ଚା ପିଅନ୍ତୁ, ତୁଳସୀ, ଡାଲଚୀନୀ, ଗୋଲମରିଚ, ଅଦା ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ ।
  • ୧୫୦ ମିଲିଲିଟର ଗରମ କ୍ଷୀରରେ ଅଧ ଚାମଚ ହଳଦୀ ପକାଇ ପିଇବାକୁ ପରାମର୍ଶ ।
  • ସକାଳେ ଓ ସନ୍ଧ୍ୟାରେ ନାକରେ ନଡ଼ିଆ ତେଲ ଲଗାନ୍ତୁ ।

ମନ୍ତ୍ରାଳୟ ମୁତାବକ, ଦେଶବ୍ୟାପି ସୁପ୍ରସିଦ୍ଧ ଡାକ୍ତର ମାନେ ଏହି ଉପାୟ ଗୁଡ଼ିକ ବିଷୟରେ କହିଛନ୍ତି । ଏହି ଉପାୟ ଗୁଡ଼ିକ ମନ୍ୟୁଷର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ । ଶୁଖିଲା କାଶ ପାଇଁ ଦିନରେ ଥରେ ପୁଦିନା ପତ୍ର ଖାଇବା ଏବଂ ଜୁଆଣି ସହ ବାମ୍ଫ ନେବାକୁ କୁହାଯାଇଛି । କାଶ ବା ତଣ୍ଟିରେ ଦରଜ ପାଇଁ ମହୂ ସହିତ ଲବଙ୍ଗ ପାଉଡର ମିଶାଇ ସେବନ କରିବା ପାଇଁ କୁହାଯାଇଛି ।

ମନ୍ତ୍ରାଳୟ ମତରେ ଏହି ସବୁ ଉପାୟ ସାଧାରଣତଃ ଶୁଖିଲା କାଶ ବା ତଣ୍ଟିରେ ଦରଜ ପାଇଁ ଖୁବ ଲାଭ ଦାୟକ । ଏହି ସହୁ ଉପାୟ ପରେ ମଧ୍ୟ ଯଦି ଲକ୍ଷଣ ଦେଖିବାକୁ ମିଳେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପ୍ରତିଦିନ ଖାଆନ୍ତୁ ଚବନପ୍ରାଶ

କରୋନାର ଲକ୍ଷଣହୀନ ରୋଗୀ ବା ଅଳ୍ପ ଲକ୍ଷଣ ଥିବା ରୋଗୀ ନିୟମିତ ଅଶ୍ୱଗନ୍ଧା ଏବଂ ଗିଲୋୟ ସେବନ କରିବା ଉଚିତ । କରୋନାରୁ ସୁସ୍ଥ ହୋଇଥିବା ରୋଗୀ ମଧ୍ୟ ପ୍ରତିଦିନ ଚବନପ୍ରାସ ଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ସବୁ ଆୟୁର୍ବେଦିକ ଉପାୟ ଆପଣଙ୍କୁ ସୁସ୍ଥ ରଖିବା ସହିତ ରୋଗ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇବ ।

Leave a Reply