ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା, ୧୯ ମନ୍ତ୍ରୀ, ୧୧ ବିଧାୟକଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ପ୍ରକାଶ ପାଇଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୧୯ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୧ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ, ରୋହିତ ପୂଜାରୀଙ୍କୁ ବଲାଙ୍ଗୀର, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼, ବାସନ୍ତୀ ହେମ୍ବ୍ରମଙ୍କୁ ଢେଙ୍କାନାଳ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ସମୀର ରଞ୍ଜନ ଦାଶଙ୍କ ଯାଜପୁର, ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଝାରସୁଗୁଡ଼ା, ନବକିଶୋର ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ଅଶ୍ୱିନୀ ପାତ୍ରଙ୍କୁ ମୟୂରଭଞ୍ଜ, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡ଼ା, ପ୍ରତାପ କେଶରୀ ଦେବଙ୍କୁ ସମ୍ବଲପୁର, ପ୍ରଦୀପ କୁମାର ଅମାତଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହିଧର ରଣାଙ୍କୁ ବୌଦ୍ଧ, ପ୍ରମୋଦ ମଲ୍ଲିକଙ୍କୁ କଟକ, ଜଗନ୍ନାଥ ନାୟକଙ୍କୁ କେନ୍ଦୁଝର, ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା, ରଘୁରାମ ପୋଡାଲଙ୍କୁ କୋରାପୁଟ, ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼ ଓ ଶାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।