ନକଲି ବାହାଘର କରି ଠକିନେଲେ ୩୦ କୋଟି: ଜାଣନ୍ତୁ କିଭଳି

1 min read

 ଭୋପାଳ: ନକଲି ବାହାଘର, ଅସଲି ଲୁଟ୍ । କରୋନା କାଳରେ ନକଲି ବାହାଘରର ପ୍ରମାଣପତ୍ର ଦେଖାଇ କୋଟି କୋଟି ଟଙ୍କା ହରିଲୁଟ୍ । ଏଭଳି କରାନାମାର ମୁଖ୍ୟ କାର୍ପଟଦାରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅନୁଯାୟୀ ନକଲି ବାହାଘର ଦେଖାଇ ଟଙ୍କା ଠକି ନେଇଛନ୍ତି । ବିଦିଶା ଜିଲ୍ଲାର ମିରୋଜ ଜନପଦ ପଞ୍ଚାୟତ ସିଇଓ ଶୋଭିତ ତ୍ରିପାଠୀଙ୍କୁ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ଗୁରୁବାର ଗିରଫ କରିଛି । ଅଭିଯୋଗ ହୋଇଛି ଯ, ନକଲି ବାହାଘର ଦେଖାଇ ସେମାନେ ୩୦ କୋଟି ଟଙ୍କାରୁ ଅଧିକ ଲୁଟ କରିନେଇଛନ୍ତି । ଶୋଭିତ ତ୍ରିପାଠୀ ମନ୍ତ୍ରୀ ଗୋପାଳ ଭାର୍ଗବଙ୍କ ସଢୁ ।

ବିଦିଶା ଜିଲ୍ଲାର ସିରୋଜ ଜନପଦ ପଞ୍ଚାୟତରେ କରୋନା କାଳରେ ୫ହଜାର ୯୨୩ ବିବାହ ମାମଲାକୁ ସ୍ୱୀକୃତି ପ୍ରଦାନ କରାଯିବା ସହ ୩୦ କୋଟି ୧୮ ଲକ୍ଷ ୩୯ ହଜାର ଟଙ୍କାର ପେମେଣ୍ଟ ଦିଆଯାଇଛି । ଏହାକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ସିରୋଜରୁ ଭାଜପା ବିଧାୟକ ଉମାକାନ୍ତ ଶର୍ମା ପ୍ରଶ୍ନ ଉଠାଇଥିଲେ। ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମ ଶ୍ରମ ମନ୍ତ୍ରୀ ବୃଜେନ୍ଦ୍ର ସିଂହଙ୍କୁ ତଦନ୍ତ ଯାଞ୍ଚ ଆଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ସିଇଓ ଶୋଭିତ ତ୍ରିପାଠୀଙ୍କୁ ନିଲମ୍ୱିତ କରିଦେଇଛନ୍ତି ।

ତେବେ ଏହି ଠକେଇରେ ଏଭଳି କିଛି ଲୋକେ ମଧ୍ୟ ସାମିଲ ଥିଲେ ଯାହାଙ୍କ ବାହାଘର ପୂର୍ବରୁ ହୋଇସାରିଥିଲା । ତାଙ୍କ ନାମରେ ମଧ୍ୟ ସରକାରୀ ସହାୟତା ରାଶି ଉଠାଯାଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ବିବାହ ଯୋଜନା ଅଧିନରେ ବାହାର କରାଯାଇଥିଲା ।

ତେବେ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ସାକ୍ଷ୍ୟରେ ସିରୋଜରେ ବର୍ଷ ୨୦୧୯ଠାରୁ ୨୦୨୧ ମଧ୍ୟରେ ୫୯୨୩ ବାହାଘର ହୋଇଛି । ସମସ୍ତ ହିତାଧିକାରୀଙ୍କୁ ୫୧-୫୧ ହଜାର ବିତରିତ କରାଯାଇଥିଲା । ଇଓଡବ୍ଳ୍ୟୁ ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ, କରୋନା ସମୟରେ ଏସ୍‌ଡିଏମ୍ ୩୫୦୦ ବାହାଘର ନାମରେ ଟଙ୍କା ବାହାର କରିଛନ୍ତି ।

୨୭ବର୍ଷୀୟ ଯୁବକଙ୍କ ୩ଝିଅଙ୍କ ହୋଇଥିଲା ବାହାଘର

ତଦନ୍ତ ବେଳେ ଜଣାପଡ଼ିଛି ଯେ, ୨୭ ବର୍ଷର ଯୁବକଙ୍କ ୩ ଝିଅଙ୍କ ବାହାଘର କରାଯାଇଛି । ତିନ ଜଣଙ୍କ ନାମରେ ୫୧-୫୧ ହଜାର ଟଙ୍କା ମଞ୍ଜୁର ହୋଇଛି । କିଛି ଏଭିଳ ଲୋକେ ମଧ୍ୟ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ସହାୟତା ନେଇ ଆବେଦନ ମଧ୍ୟ କରିନାହାନ୍ତି । କିଛି ହିତାଧିକାରୀଙ୍କ କାଗଜପତ୍ର ମଧ୍ୟ ମିଳିପାରିନାହିଁ । ଘଟଣା ସାମ୍ନାକ ଆସିବା ପରେ ଅଧିକାରୀଙ୍କୁ ଠକେଇ ସମ୍ପର୍କିତ କାଗଜପତ୍ର ଗାୟବ କରିଦିଆଯାଇଛି । ଏସଡିଏମ୍‌ଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଭୂମିକା ନେଇ ଯାଞ୍ଚ କରାଯିବ ।

ଏଥିସହିତ ପଢ଼ନ୍ତୁ: ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ୬୩୪ଟଙ୍କାରେ ମିଳୁଛି ଏଲ୍‌ପିଜି ସିଲିଣ୍ଡର

Leave a Reply