ମେଡିକାଲରେ ଗୁରୁତର ପୋଲିସ କର୍ମଚାରୀଙ୍କୁ ଭେଟିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଯାଇ ଗୁରୁତର ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଘଟଣାକୁ ତୀବ୍ର ନିନ୍ଦା କରି ସେ କହିଛନ୍ତି. ଶାସନ କ୍ଷମତା ହିଁ ଜନତାଙ୍କ ଠାରୁ ମିଳିଥାଏ, ଜନତାଙ୍କ ଆରାଧନା ହିଁ ଶାସନକୁ ଆଶୀର୍ବାଦ ମିଳିଥାଏ । ବିଧାନସଭା ଚାଲିଥିବାରୁ ପୋଲିସ ତାର ସଠିକ କର୍ତ୍ତବ୍ୟ କରିଛି ।

ବିଜେପି କର୍ମୀଙ୍କ ଆକ୍ରମଣରେ 21 ପୋଲିସ ଆହତ ହୋଇଛନ୍ତି । ସମସ୍ତଙ୍କର ବିରୋଧ କରିବାର ଅଧିକାର ରହିଛି । ମାତ୍ର ବିଜେପି ନେତା ଓ କର୍ମୀ ଯେପରି ଆଚରଣ କରିଛନ୍ତି ତାହା ଲୋକମାନଙ୍କୁ ମଧ୍ୟ କୁଠାରଘାତ କରିଛି । ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।