spot_img

Latest Posts

କରୋନାରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ସୂଚନା ଅନୁଯାୟୀ ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ। ଗତବର୍ଷ ମଧ୍ୟ ଶ୍ରମମନ୍ତ୍ରୀ ଅନ୍ୟ ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ନିଜେ ଗାଡ଼ି ଚଳାଇ ବୌଦ୍ଧ ଅଞ୍ଚଳକୁ ନେଇ ଛାଡ଼ିଥିଲେ । ଯାହା କି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ମଧ୍ୟ ସେ ଏକ ନିଆରା କାମ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪ରେ ପହଞ୍ଚି ଥିବାବେଳେ ଏବେ ରାଜ୍ୟରେ ୬୭ ହଜାର ୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Latest Posts

Don't Miss