ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହାତରେ ଗିନି ଧରି ଭଜନ ଗାଇଲେ ମନ୍ତ୍ରୀ

1 min read

ସାଧାରଣତଃ ଆମକୁ ଟିକିଏ ବିରାମ ମିଳିଲେ ଆମେ ନିଜ ମନପସନ୍ଦର କାମ କରିଥାଉ ।  ମନ ଖୁସି ଥିଲେ ମଣିଷ ଗୀତ ନାଚ ରେ ନିଜକୁ ହଜାଇ ଦିଏ । ତେବେ ଜଣେ ମନ୍ତ୍ରୀ ଯେ ନିଜ ସଉକକୁ ମନ ଭିତରେ ଦାବି ରଖିବେ ତା ନୁହେଁ ।  ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଲୋକଙ୍କ ସହ ମିଶି ଗାଉଛନ୍ତି ମନଛୁଆଁ ଭଜନ ।

 

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଢୋଲ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମନ୍ତ୍ରୀ ନିଜେ ହାତରେ ଗିନି ଧରି ତାଳରେ ତାଳ ମିଶାଇ ଗାଇଛନ୍ତି ଗୀତ । ଗାଁର କୀର୍ତ୍ତନ ମଣ୍ଡଳୀ ସହ ବୁଲି ବୁଲି ଗିତ ଗାଇବା ସହ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଶ୍ରୀ ବେହେରା ଆଗରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏମିତି ଗୀତ ଗାଇବା ନଜରରେ ଆସିଛି । ସେ ଏହି  ପ୍ରକାର କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରୁ ପ୍ରସଂଶା ସାଉଁଟିଛନ୍ତି । ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

  ')}

Leave a Reply