ହାଇସ୍କୁଲ ବନ୍ଦ ହେବା ନେଇ କଂଗ୍ରେସର ଉଦବେଗ୍, ମନ୍ତ୍ରୀ କହିଲେ ବନ୍ଦ ନେଇ ନିଆଯାଇନି ନୀତିଗତ ନିଷ୍ପତ୍ତି

1 min read
Minister Samir Das On High School Issue Says No Departmental Decision Was Taken

ଭୁବନେଶ୍ୱର: ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ୍ । ଗୃହରେ ହାଇସ୍କୁଲ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି । ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା । ବିଧାନସଭା ଚାଲିଥିବା ବେଳେ ଏପରି ନୀତିଗତ ନିଷ୍ପତ୍ତି ହୋଇଛି କି ? ବୋଲି ନରସିଂହ ପ୍ରଶ୍ନ କରିବା ସହ ପ୍ରତିବାଦ କରିଛନ୍ତି ।

Minister Samir Das On High School Issue Says No Departmental Decision Was Taken

ଏହା ଉପରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି- କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି । କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟିଏ ସ୍କୁଲ ରହିଛି । ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାରବିମର୍ଶ ଚାଲିଛି । ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

Minister Samir Das On High School Issue Says No Departmental Decision Was Taken

ଅନ୍ୟପଟେ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ୍ ପ୍ରକାଶ କରିଛନ୍ତି । ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ । ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି । ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଫୋରମରେ ଆଣିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁରୋଧ କରିଥିବା ବେଳେ ଗୃହକୁ ସୋମବାର ଯାଏ ମୁଲତବି ରଖାଯାଇଛି ।

Leave a Reply