‘ଶେଷ ଦର୍ଶନ କରିପାରିଲିନି, ସାରା ଜୀବନ ମୋର ଅବଶୋଷ ରହିବ’

Ranendra pratap Swain On maharathy

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ମହାରଥୀ । ସ୍ୱର୍ଗଦ୍ୱାରରେ ଶେଷ ହେଲା ଅନ୍ତ୍ୟେଷ୍ଠି । ଶହ ଶହ ଲୋକଙ୍କ ମଧ୍ୟରେ ଶୋକାକୂଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ । ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ।

ମହାରଥୀଙ୍କୁ ମନେପକାଇ, କରୋନା ଯୋଗୁଁ ନିଜ ଘରେ ଆଇସୋଲେସନ୍‌ରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ‌ କୋହଭରା କଣ୍ଠରେ କହିଛନ୍ତି ‘ମୁଁ ଆଜି ମୋ ସାଙ୍ଗକୁ ଦେଖିପାରିଲିନି । ୧୦୦ ଘୋଡ଼ାକୁ ୧୦୦ ହାତୀ, ଏକା ଲଢ଼ିବ ମହାରଥୀ । ଆଜି ମୋର ସାଙ୍ଗ ହାରିଗଲା ଏବଂ ମୋତେ ଛାଡ଼ି ଚାଲିଗଲା । ୧୯୭୧ ମସିହାରୁ ଛାତ୍ର ଆନ୍ଦୋଳନରୁ ଆରମ୍ଭ କରି ୧୯୯୦ ମସିହାରେ ଆମେ ଏକାଠି ବିଧାୟକ ଓ ନବୀନ ବାବୁଙ୍କ ନେତୃତ୍ଵରେ ଆମେ ଏକାଠି ଗୋଟିଏ ଦଳରେ ଏକ ପରିବାର ଭାବେ ଚଳି ଆସିଛୁ ।’

ବିଧାନସଭାର ସବୁଠାରୁ ହସଖୁସି ଓ ମଜାଳିଆ ଲୋକମାନଙ୍କ ଭିତରୁ ସେ ଜଣେ ଥିଲା । ଆମେ ପରସ୍ପରକୁ ସାଙ୍ଗ ବୋଲି ଡକାଡାକି ହୋଇଥାଉ । ସେ ଜଣେ ମାଟିର ମଣିଷ ଓ ସ୍ପଷ୍ଟବାଦୀ ଲୋକ ଥିଲା ।

ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଥିବାରୁ ଆଜି ତାର ଶେଷ ଦର୍ଶନ କରିପାରିଲି ନାହିଁ । ଯେଉଁଟା କି ମୋର ଆଜି ଏବଂ ଜୀବନ ସାରା ଅବଶୋଷ ହୋଇରହିଲା । ସାଙ୍ଗ ତୋର ଅମର ଆତ୍ମାର ସଦଗତି ହେଉ ଏତିକି ପ୍ରାର୍ଥନା ।

Ranendra pratap Swain On maharathy

Leave a Reply