ବିଭାଗର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

1 min read

ଭୁବନେଶ୍ୱର: ଆହୁରି ସୁଦୃଢ଼ ହେବ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା । ଯାହା ଆବଶ୍ୟକ, ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଏସଆରସି ପ୍ରଦୀପ ଜେନାଙ୍କ ସହ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସି ଅଫିସର ଏମର୍ଜେନ୍‌ସି ଅପରେସନ୍ ସେଣ୍ଟର ପରିଦର୍ଶନ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

OSDMA ଓ SRC ଅଫିସ ସମନ୍ୱୟ ରକ୍ଷା କରି କିପରି ବିପର୍ଯ୍ୟୟ ପରିଚାଳନା କରୁଛନ୍ତି, ସେସଂପର୍କରେ ଜଣାଇଛନ୍ତି ଏସଆରସି । ରାଜ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ପାଇଲଟ୍ ପ୍ରୋଜେକ୍ଟ ଭାବେ କଟକ ଓ ଭୁବନେଶ୍ୱର ସହରକୁ ନିଆଯାଇଛି । ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ କମ କରିବା ପାଇଁ କାମ ହେବ। ଏବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ଜାନୁଆରୀରୁ ହିଁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିଲା ।

ଆଗାମୀ ମୌସୁମୀ ପାଇଁ ପୌର ସଂସ୍ଥାଙ୍କୁ ଚିଠି କରି ପ୍ରସ୍ତୁତ ରହିବାକୁ କୁହାଯାଇଛି। ବନ୍ୟା ଓ ବାତ୍ୟା ପାଇଁ ଜିଲ୍ଲାପାଳଙ୍କୁ ସବୁ ବିଭାଗ ସହ ବୈଠକ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସଜାଗ ରହିବେ । ଅଗ୍ନିଶମ ବିଭାଗ, ODRAF ଓ NDRF, ସମସ୍ତେ ସଜାଗ ରହିଥିବା ଏସଆରସି କହିଛନ୍ତି । ମୌସୁମୀ ଯେ କୌଣସି ସମୟରେ ଛୁଇଁବ ବୋଲି ଆଶା କରାଯାଉଛି ।