ଓଡ଼ିଶା-ଛତିଶଗଡ଼ ସୀମାରେ ଚେକିଂ କଡ଼ାକଡ଼ି: ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନେଇ ହେଉଛି ଯାଞ୍ଚ

1 min read

ଭୁବନେଶ୍ୱର: ଛତିଶଗଡ଼-ଓଡିଶା ସୀମାନ୍ତରେ ଚେକିଂ ଚାଲିଛି । ଆରଟିଓ ମାନେ ମଧ୍ୟ ଚେକିଂରେ ସାମିଲ ଅଛନ୍ତି । ମାସ୍କ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏବଂ ୨ ଡୋଜ ଭ୍ୟାକ୍ସିନ ସାର୍ଟିଫିକେଟ ଦେଖାଯାଉଛି । ବସ୍ ଗୁଡ଼ିକରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ବୋଲି କହିଛନ୍ତି ସଡ଼କ ପରିବହ ମନ୍ତ୍ରୀ ପଦ୍ମନାଭ ବେହେରା । ପଡ଼ୋଶୀ ଛତିଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥେଷ୍ଟ ସତର୍କତା ଅପଣାଯାଇଛି । ଅପରପକ୍ଷରେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ହଜାରେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୭ ଆକ୍ରାନ୍ତ । ସେହିପରି ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୭୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୦୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୧ । ସେହିପରି ଖୋର୍ଦ୍ଧାରୁ ୧୫୮, ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ବରଗଡ଼ରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଅନୁଗୁଳରୁ ୨୭, ବାଲେଶ୍ବରରୁ ୩୩, ଭଦ୍ରକରୁ ୩୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩୦, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୯, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୧୮, ପୁରୀରୁ ୪୩, ରାୟଗଡ଼ାରୁ ୨୫, ସୋନପୁରରୁ ୧୪ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତ ହେଲେଣି ୩ ଲକ୍ଷ ୪୯ ହଜାର ୫୬୧ ଜଣ ।

Leave a Reply