ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର

ଧର୍ମଗଡ଼: ଗୃହରାଷ୍ଟ୍ର ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଶତାଧିକ ମହିଳାକର୍ମୀ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ପାଛୋଟି ନେଇଥିଲେ । ଏହାପରେ ମନ୍ତ୍ରୀ ମହିଳା ଓ ଶିଶୁ ଉଦ୍ୟାନ ସ୍ଥାନ ନିରୁପଣ କରିବା ସହ, ସ୍ୱୟଂସହାୟକ ଭବନ ନିର୍ମାଣ ସ୍ଥାନ ନିରୁପଣ କରିଥିଲେ । ରାଜ୍ୟସରକାର ସବୁବେଳେ ମହିଳାଙ୍କ ବିକାଶ ଦିଗରେ କାମ କରୁଥିବା ବେଳେ ଜୁନାଗଡରେ ମଧ୍ୟ ମହିଳାଙ୍କ ବିକାଶକୁ ଅଗ୍ରାଧିକାର ଦିଆଯାଇଛି । ଆସନ୍ତାଦିନରେ ଜୁନାଗଡ ସମେତ କଳାହାଣ୍ଡି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜେଡିରେ ମିଶିଲେ କଂଗ୍ରେସ ଓ ସିପିଆଇ ନେତା

Leave a Reply