spot_img

Latest Posts

ସରକାରୀ ନିୟମକୁ ଫୁ: ନୀଳଗିରି ଅଞ୍ଚଳରେ ବେଧଡ଼କ ଚାଲିଛି ଖଣିଜ ସମ୍ପଦ ଲୁଟ୍

ନୀଳଗିରି: ନୀଳଗିରିରେ ଚାଲିଛି ବେଧଡ଼କ ଖଣିଜ ସମ୍ପଦ ଲୁଟ୍। ଦିନରାତି ଟ୍ରାକ୍ଟର ଓ ଟ୍ରକରେ ମୋରମ, ପଥର, ବାଲି ଲୁଟ ହେଉଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ ସରକାର। ଖଣିଜ ସମ୍ପଦ ଲୁଟ୍ କରି ମାଫିଆ ମାନେ ମାଲେମାଲ୍ ହେଉଛନ୍ତି । ସବୁ ଜାଣି ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କିପରି ମାଫିଆ ମାନେ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ଦୀନରାତି ପଥର, ମୋରମ, ବାଲି ଲୁଟ୍ କରୁଛନ୍ତି  ।

ନିଳଗିରି ଅଞ୍ଚଳରେ ଖଣିଜ ସମ୍ପଦ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି । ଦିନରାତି ଲୁଟ୍ ଚାଲିଛି ମୋରମ, ପଥର, ବାଲି । କୋଟି କୋଟି ଟଙ୍କା ରାଜସ୍ଵ ହରାଉଛନ୍ତି ସରକାର । ବାଲେଶ୍ଵର ଜିଲ୍ଲାର ନିଳଗିରି ଅଞ୍ଚଳରେ ମୋରମ, ପଥର, ବାଲି, ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଖୋଲା ମାର୍କେଟରେ ଏହାର ଚାହିଦା ମଧ୍ୟ ଭଲ ରହିଛି । ଦିନରାତି ଟ୍ରାକ୍ଟର ଓ ଟ୍ରକ ଲଗାଇ ମୋରୋମ୍, ବାଲି, ପଥର ଚୋରା ଚାଲାଣ କରୁଛନ୍ତି ମାଫିଆ। ପ୍ରଶାସନ ସବୁ ଜାଣି ଆଖିବୁଜି ନୀରବ ଦ୍ରଷ୍ଟା ସାଜିଛି। ନୀଳଗିରି ତହସିଲ ଅଧିନରେ ଥିବା ନରଣପୁର, ଭଉଁରିଆବାଡ଼, ଗରଡ଼ିହି, ବରହମପୁର, ବଉଳଗଡ଼ିଆ ଅଞ୍ଚଳରେ ଦିନରାତି ଶହଶହ ଟ୍ରିପ ମୋରମ ବେଆଇନ ଭାବେ ଚୋରା ଚାଲାଣ ହେଉଛି। ସେହିପରି ସୋନ ନଦୀ ପଠା ନରସିଂହପୁର, କାଠପାଳ, କୁଲ୍ଲାପାଳ, ଡୁମଗଣ୍ଡିରା, ବାଲିପାଳ, କାଂଶ ଅଞ୍ଚଳରେ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଛି । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ନୀଳଗିରିବାସୀ ।

ନିଳଗିରି ଅଞ୍ଚଳରେ କୌଣସି ଖଣି ଖାଦାନ ଚାଲିବା ପାଇଁ ନିର୍ଦ୍ଦେଶ ନାହିଁ । ସରକାରୀ ନିୟମକୁ ଫୁ କରି ବେଧଡ଼କ ଭାବେ ଖଣିଜ ସମ୍ପଦ ପଥର, ବାଲି ମୋରମ ଲୁଟ୍ କରିଚାଲିଛନ୍ତି । ଖଣିଜ ସମ୍ପଦ ବିଭାଗର ଅଧିକାରୀମାନେ ତଦନ୍ତରେ ଆସୁନାହାହାନ୍ତି । କୌଣସି ଚଢ଼ାଉ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଖଣିଜ ସମ୍ପଦ ଚୋରି ରୋକିବାକୁ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ । ପ୍ରତିଶୃତି ମିଳିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । କେଉଁ ଅଦୃଶ୍ୟ ଶକ୍ତି ମାଫିଆଙ୍କୁ ଚୋରାଚାଲାଣ କରିବାରେ ସାହାଯ୍ୟ କରୁଛି ତାକୁ ନେଇ ଏବେ ନୀଳଗିରିରେ ଉଠିଛି ପ୍ରଶ୍ନ । ସେପଟେ ସ୍ବତନ୍ତ୍ର ଟିମ୍ ଗଠନ କରି ଖଣିଜ ସମ୍ପଟ୍ ଲୁଟ୍ ରୋକାଯିବ ଓ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ରାଜସ୍ବ ବିଭାଗ ଠାରୁ ଖଣିଜ ସମ୍ପଦ ବିଭାଗକୁ ଦାୟିତ୍ବ ହସ୍ତାନ୍ତର ହେବା ପରେ ନୀଳଗିରିରେ ମାଫିଆମାନେ ସକ୍ରିୟ ହେବାସହ ପ୍ରତିଦିନ ଶହଶହ ଟ୍ରିପ ଚୋରାଚାଲଣ କରୁଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Latest Posts

Don't Miss