ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ
1 min readକେଉଁଝର: ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ। ଆକ୍ରମଣରେ କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ ଆହତ। ଆକ୍ରମଣରେ ଡ୍ରାଇଭର ଓ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ, ୩ଜଣ ସୁରକ୍ଷା କର୍ମୀଙ୍କୁ ଧରି ଆନନ୍ଦପୁର ଅଞ୍ଚଳରେ ଚୋରାବାଲି ଧରପଗଡ ପାଇଁ ଆସିଥିବା ସମୟରେ ତାଙ୍କ ଟିମ୍ ଉପରେ ହୋଇଥିଲା ଆକ୍ରମଣ।
ଘସିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସିଂହସାହି ଛକରେ ବାଲି ମାଫିଆ ମାନେ ତାଙ୍କ ଗାଡିକୁ ପିଛାକରି ଅଟକାଇବାପରେ ଲୁହା ପାଇପରେ ଗାଡି କାଚ ଭାଙ୍ଗି ଦେଇଥିଲେ। ପରେ ଖଣି ଅଧିକାରୀ ସୁରଜ ହେମ୍ବ୍ରମଙ୍କ ସହ ସିକ୍ଯୁରିଟି ଗାର୍ଡ ଓ ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ। ଚଢାଉ ପାଇଁ ଖଣି ଅଧିକାରୀ ଗତକାଲି କେନ୍ଦୁଝର କାର୍ଯ୍ଯଳୟ ଠାରୁ ବାହାରି ପ୍ରଥମେ ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ହିଁ ୨ଟି ଗାଡି ତାଙ୍କୁ ଫଲୋ କରିଥିଲେ। ପରେ ସେ ଆନନ୍ଦପୁର ପହଁଞ୍ଚିବାପରେ ପ୍ରଥମେ ବୈତରଣୀ ବ୍ରିଜ୍ ପାରି ହୋଇ ଆନନ୍ଦପୁର କଲେଜ ପର୍ଯ୍ଯନ୍ତ ଯାଇଥିଲେ। ସେଠାରୁ ଫେରି ଆନନ୍ଦପୁର ବସଷ୍ଟାଣ୍ଡ ଦେଇ ଘସିପୁରା ପଟକୁ ଫେରିବା ସମୟରେ ଆନନ୍ଦପୁର ବ୍ରିଜ୍ ଛକ ଠାରେ ଥିବା ଆଉ ୫-୬ଟି ୪ ଚକିଆ ଯାନରେ କିଛି ଲୋକ ତାଙ୍କୁ ପିଛା କରିଥିଲେ। ବ୍ରିଜ ପାରି ହେବାପରେ ଏକ ହମ୍ପସରେ ଗାଡି ସ୍ଲୋ ହେବାର ସୁଯୋଗ ନେଇ ତାଙ୍କ ଗାଡି ଆଗରେ ଗାଡି ରଖି ଅତର୍କିତ ଆକ୍ରମଣ କରିଥିଲେ । ଆହତ ଅବସ୍ତାରେ ସମସ୍ତ ୫ଜଣ ସ୍କ୍ବାଡ ସଦସ୍ଯ ଘସିପୁରା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବାପରେ, ପୋଲିସ୍ ଆକ୍ରମଣକାରୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି।