ଖଣିଜ ଅଧିଗ୍ରହଣ ଓ ଉନ୍ନୟନ ଆଇନରେ ସଂଶୋଧନ, ଫମ୍ପା କୋଇଲା ଖଣିକୁ ଘରୋଇ କମ୍ପାନୀକୁ ଟେକି ଦେବାକୁ ମସୁଧା

Mines And Minerals Amendment Bill And State's Benefit

ଭୁବନେଶ୍ୱର: କେନ୍ଦ୍ର ଆଣିବ ନୂଆ କୋଇଲା ନୀତି । ସଂଶୋଧନ ହେବ ଖଣିଜ ଅଧିଗ୍ରହଣ ଓ ଉନ୍ନୟନ ଆଇନ୍ ୧୯୫୭ । କେନ୍ଦ୍ରର ଏହି ଆଇନ୍ ଓଡ଼ିଶା ପାଇଁ ହେବ କାଳ ! ରୟାଲଟି ବଢାଉନି । ସେସ୍ ଆଦାୟ କରି ହେଉଛି ମାଲାମାଲ୍ । ଏବେ ଫମ୍ପା କୋଇଲା ଖାଦାନକୁ ନିଲାମ କରି ଘରୋଇ କମ୍ପାନୀକୁ ଟେକି ଦେବ । କେନ୍ଦ୍ରର ଏପରି ଚାଲାକି ଓଡ଼ିଶା ସ୍ୱାର୍ଥ ବିରୋଧୀ । ଓଡ଼ିଶା ଭଳି ଖଣିଜ ସମ୍ପଦ ଭରା ରାଜ୍ୟମାନଙ୍କ ସହ ଆଲୋଚନା ନ କରି କେନ୍ଦ୍ରର ଏହି ନୂଆ ନୀତି ରାଜ୍ୟର ଆର୍ଥିକ ସ୍ୱାୟତ୍ତତାକୁ ଧ୍ୱସ୍ତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Mines And Minerals Amendment Bill And State's Benefit

କୋଇଲା ନେଉଛ, ରୟାଲଟି ବଢାଉନ । ସେସ୍ ଆଦାୟ କରି ବାର୍ଷିକ କମାଉଛ ହଜାର ହଜାର କୋଟି । ଏବେ ପୁଣି ବଦଳାଇଲ ଫର୍ମୁଲା । ଖଣିଜ ଅଧିଗ୍ରହଣ ଓ ଉନ୍ନୟନ ଆଇନ୍ ୧୯୫୭ରେ ସଂଶୋଧନ କରି ଫମ୍ପା କୋଇଲା ଖାଦାନକୁ ଘରୋଇ କମ୍ପାନୀଙ୍କୁ ଟେକି ଦେବାକୁ ଆଇନରେ କରିବ ବ୍ୟବସ୍ଥା । ଯାହାକୁ ନେଇ ଓଡ଼ିଶାରେ ଉଠିଛି ଝଡ଼ । ଉଭୟ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ଚାଲାକିକୁ ଧରି ଖୁବ୍ ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି, କେନ୍ଦ୍ର ସରକାର ଏହି ଆଇନ୍ ସଂଶୋଧନ ବଳରେ ରାଜ୍ୟ ବିରୋଧରେ ୩ଟି ଚଞ୍ଚକତା କରିଛନ୍ତି ।

Mines And Minerals Amendment Bill And State's Benefit

  1. ଖାଲି ହୋଇଥିବା କୋଇଲା ଖାଦାନରେ କିଛି କୋଇଲା ରହିଥାଏ । ନିଲାମ ପାଇଥିବା ଘରୋଇ କମ୍ପାନୀ ସେଥିରୁ ବି ଉତ୍ତୋଳନ କରିବେ । ତାର ରୟାଲଟି ରାଜ୍ୟ ସରକାର ପାଇବେ ତ ?
  2. ଫମ୍ପା କୋଇଲା ଖାଦାନ ବାଲି ଫିଲିଂ କରିବା ଦାୟିତ୍ୱ ନିଲାମଧାରୀ କମ୍ପାନୀର । ଯାହାକୁ ନେଇ ବହୁ ବାକବିତଣ୍ଡା ବି ଚାଲିଛି । ବାଲି ପୋତିବା ପରେ ବନୀକରଣ ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ପାଇଥାନ୍ତି କାମ୍ପା ପାଣ୍ଠି । ଏବେ ଘରୋଇ ମାଲିକ ହେଲେ ଆଉ କାମ୍ପା ପାଣ୍ଠି ରାଜ୍ୟ ସରକାର ପାଇବେ ତ ?
  3. ସମ୍ବିଧାନ ଅନୁଯାୟୀ ଖଣି ଅଞ୍ଚଳର ଜମି ଅଧିକାର ରାଜ୍ୟ ସରକାରଙ୍କର । ଏବେ ନୂଆ ଆଇନ୍ ଆସିଲେ ଏହି ଅଧିକାର ରାଜ୍ୟ ହାତରେ ରହିବ ତ ?

Mines And Minerals Amendment Bill And State's Benefit

କୋଇଲା ରୟାଲଟି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି ଉପସ୍ଥାପନ କରି ଆସିଛନ୍ତି । ରୟାଲଟି ବୃଦ୍ଧିକୁ କେନ୍ଦ୍ର ସବୁବେଳେ ଟାଳି ଚାଲିଛି । ଅନ୍ୟପଟେ କୋଇଲା ଟନ୍ ପିଛା ୪୦୦ ଟଙ୍କା ସେସ୍ ଆଦାୟ କରି ବର୍ଷକୁ ହଜାର ହଜାର କୋଟି ଟଙ୍କାର ରାଜତ୍ୱ ହାତେଇ ଚାଲିଛି କେନ୍ଦ୍ର । ରାଜ୍ୟ ଯେପରି ଆର୍ଥିକ ସ୍ତରରେ ମଜଭୁତ ହେବ ତାକୁ ଦେଖିବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ କୋଇଳା ନୀତିରେ ଏପରି ସଂଶୋଧନ ଆଣି ରାଜ୍ୟ ସ୍ୱାର୍ଥ ବିରୋଧୀ କାମ କରିଛନ୍ତି କେନ୍ଦ୍ର ସରକାର । ଏପରି ସଂଶୋଧନ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା । ଏବେ ଦଳମତ ନିର୍ବିଶେଷରେ ଓଡ଼ିଶାର ସବୁ ରାଜନୈତିକ ଦଳ ବିରୋଧ କରିବା ଦରକାର ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

Mines And Minerals Amendment Bill And State's Benefit

ଓଡ଼ିଶାର କୋଇଲା ଉତ୍ତୋଳନ କରି ଏମସିଏଲ୍ ଭଳି କେନ୍ଦ୍ରୀୟ କମ୍ପାନୀ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ସେପଟେ କିନ୍ତୁ କୋଇଲା ଉତ୍ତୋଳନଜନିତ ପ୍ରଦୂଷଣ ମୁଣ୍ଡାଉଛି ରାଜ୍ୟ । ଏବେ ସଂଶୋଧିତ ପ୍ରସ୍ତାବ ଆଇନରେ ସ୍ଥାନ ପାଇଲେ ରାଜ୍ୟର କୋଇଲା ଖାଦାନ ଉପରେ ଏକଚାଟିଆ ଅଧିକାର ପାଇବ କେନ୍ଦ୍ର । ଯାହାକୁ ସବୁ ମହଲରେ ନିନ୍ଦା କରାଯାଇଛି ।