spot_img

Latest Posts

ଅରବପତିଙ୍କ ଅଜବ ନିଶା: ୧୮୦ ବର୍ଷ ବଞ୍ଚିବାକୁ ବାହାର କଲେ ନୂଆ ଫର୍ମୁଲା

ୱାଶିଂଟନ: ଜୀବନ ପ୍ରତି କାହାର ବା ଲୋଭ ନାହିଁ। ପ୍ରାୟ ସମସ୍ତେ ଦୀର୍ଘାୟୁ ହେବାକୁ ଚାହାଁନ୍ତି। ହେଲେ ବଞ୍ଚିବାର ଏମିତି ନିଶା ଆପଣ କେବେ ଦେଖିନଥିବେ। ଆମେରିକାର ଜଣେ ଅରବପତି ଉଦ୍ୟୋଗୀ ଭବିଷ୍ୟବାଣୀ କରିଛନ୍ତି ଯେ ସେ ୧୮୦ ବର୍ଷ ବଞ୍ଚିବେ।

୪୭ ବର୍ଷର ଡେଭ୍ ଏସ୍ପ୍ରେ ଦୀର୍ଘ ଜୀବି ହେବାଲାଗି ଏକ ନୂଆ ଉପାୟ ଖୋଜିବାର କରିଛନ୍ତି। ଲାଇଫଷ୍ଟାଇଲ ଗୁରୁ ଭାବେ ପରିଚିତ ଡେଭ୍ କହିଛନ୍ତି ଯେ ଖୁବ ଶୀଘ୍ର ତାଙ୍କର ଏହି ଆୟୁଷ ବଢ଼ାଇବା ପର୍ମୁଲା ଘରେ ଘରେ ଲୋକପ୍ରିୟ ହେବ।

ଡେଭଙ୍କ କହିବା ମୁତାବକ  ଯେ ସେ ୨୧୫୩ ମସିହା ପର୍ଯନ୍ତ ଜୀବିତ ରହିବେ। ଲମ୍ବା ଆୟୁଷ ପାଇବାର ତାଙ୍କ ଫର୍ମୁଲାକୁ ସେ ‘ବାୟୋହ୍ୟାକିଂ’ର ନାଁ ଦେଇଛନ୍ତି। ଡେଭ କୁହନ୍ତି ଯେ ଦୀର୍ଘ ଆୟୁଷ ପାଇଁ ସେ କୋଲ୍ଡ କ୍ରାୟୋଥେରାପି ଚ୍ୟାମ୍ବରର ବ୍ୟବହାର କରନ୍ତି ଏବଂ କିଛି ସମୟ ପାଇଁ ଉପବାସ ବି ରଖନ୍ତି। ନିଜ ଖାଇବା ଓ ଶୋଇବା ଉପରେ ସେ ବେଶ ନିୟନ୍ତ୍ରଣ ରଖନ୍ତି । ଏଥସହ ସେ ନିଜର ଷ୍ଟେମ ସେଲ୍ସକୁ ବାହାର କରି ପୁଣିଥରେ ନିଜ ଶୀରରେ ପ୍ରବେଶ କରାଉଛନ୍ତି।

ନିଜର ଷ୍ଟେମ ସେଲ୍କୁ କାଢ଼ି ପୁଣିଥରେ ଶରୀରେ ପ୍ରବେଶ କରାଇବା ପ୍ରକ୍ରିୟା ନେଇ ଡେଭ କହିଛନ୍ତି ଯେ ଯୁବାବସ୍ଥାରେ ଆମ ଶରୀରରେ ଅନେକଗୁଡ଼ିଏ ଷ୍ଟେମ ସେଲ୍ସ ରହିଥାଏ। ଏହି ସେଲଗୁଡ଼ିକ ଆମ ଶରୀରକୁ ଫୁର୍ତ୍ତି ରଖିଥାଏ । ହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ସେଲ୍ ଗୁଡ଼ିକ ଶେଷ ହୋଇଯାଏ ଫଳରେ ଶରୀରରେ ବାର୍ଦ୍ଧକ୍ୟ ଦେଖାଦେଇଥାଏ।

ଡେଭଙ୍କର ଏହି ମେଡିକାଲ ପ୍ରକ୍ରିୟାର ପ୍ରତ୍ୟେକ ସେଶନରେ ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଡେଭ କହିଛନ୍ତି ଯେ ସେ ନିଜ ଶରୀରକୁ ଠିକ କରିବା ପାଇଁ ପାଖାପାଖି ୭.୩ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ସେ କହିଛନ୍ତି ଯେ ପୃଥିବୀର ଅନ୍ୟ କୌଣସି ବି ମଣିଷଙ୍କଠାରୁ ତାଙ୍କ ଶରୀରରେ ଅଧିକ ଷ୍ଟେମ ସେଲ୍, ରହିଛି।

 

Latest Posts

Don't Miss