ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଅରମ୍ଭ ହେବ ଭାରତ ଓ ଫ୍ରାନ୍ସ ମଧ୍ୟରେ ମିଳିତ ସମରାଭ୍ୟାସ। ଆସନ୍ତା ଜୁଲାଇ ୧ ଯାଏ ଚାଲିବ ମିଳିତ ସମରାଭ୍ୟାସ। ଏନେଇ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା ସୂଚନା। ଫ୍ରାନ୍ସର ଲା କାଭାଲେରିରେ ଦୁଇ ଦେଶର ପକ୍ଷରୁ ଆୟୋଜିତ ହେବ ସମରାଭ୍ୟାସ ଶକ୍ତି ୨୦୨୫। ଭାଗନେବେ ଦୁଇଦେଶର ସେନା ସମେତ ବିଭିନ୍ନ ଯୁଦ୍ଧାସ୍ତ୍ର। ଶକ୍ତି ସମରାଭ୍ୟାସର ଏହା ହେବ ଦୁଇ ଦେଶ ମଧ୍ଯରେ ଅଷ୍ଟମ ସଂସ୍କରଣ। ଦୁଇ ଦେଶ ମଧ୍ଯରେ ସାମରିକ ସାମର୍ଥ୍ୟ ବୃଦ୍ଧି ତଥା ବହୁମୁଖୀ ସହଭାଗିତା ଉଦ୍ଦେଶ୍ୟରେ ଏହି ସମରାଭ୍ଯାସ କରାଯିବ। ଦୁଇ ଦେଶର ସେନାବାହିନୀର ଦକ୍ଷତା ବୃଦ୍ଧି, ଆତ୍ମବିଶ୍ବାସ ବଢାଇବା ଲାଗି ଏହି ସମରାଭ୍ଯାସ କରାଯିବ। ସାମରିକ ଓ କୌଶଳଗତ କ୍ଷେତ୍ରରେ ସହଭାଗିତା ଲାଗି ଏହା ଉଦ୍ଦିଷ୍ଟ।

