୪୦୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି:  ସଫଳ ହେଉଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି ଲାଲ ଗଡ଼ । ମାଲକାନଗିରି ଜିଲ୍ଲାକୁ ବିଏସଏଫ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ହିଂସା । ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି ମାଓ ସମର୍ଥକ । ସରକାରଙ୍କ ବିକାଶ ପକ୍ରିୟା ଏବେ ଲାଲ ବାହିନୀରେ ପହଁଚିଛି  । ସାଧାରଣ ଲୋକ ପାଉଛନ୍ତି ସମସ୍ତ ସୁବିଧା  ।

କେବଳ ସ୍ୱାଭିମାନ  ଅଂଚଳରେ 7ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ବିଏସଏଫ ଓ ଓଡିଶା ପୋଲିସର ଘନ ଘନ କୁମ୍ବିଙ୍ଗ ଅପରେସନ ଲାଲ ବାହିନୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଲାଉଗୁଡାଠାରେ ପାପରମେଟଲ ଓ ଧୁଳିପୁଟ ସମେତ ଆନ୍ଧ୍ରପ୍ରଦେଶର ୪୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିବା ସହ ଜାଳିଛନ୍ତି ମାଓ ପୋଷାକ ଓ ମାଓ କୁଶ ପୁତ୍ତଳିକା ।