spot_img

Latest Posts

ମୁମ୍ବାଇ ଓର୍ଲିରେ ହାଇଭୋଲଟେଜ ଟକ୍କର ; ମିଲିନ୍ଦ ଦେଓରା ଓ ଆଦିତ୍ଯ ଠାକରେଙ୍କ ମଧ୍ଯରେ କାଣ୍ଟେ କି ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଏଥର ମୁମ୍ବାଇ ଓର୍ଲିରେ ହାଇଭୋଲଟେଜ ଟକ୍କର। ଶିବସେନା ନେତା ମିଲିନ୍ଦ ଦେଓରା ଓ ଶିବସେନା ୟୁବିଟି ନେତା ଆଦିତ୍ଯ ଠାକରେଙ୍କ ମଧ୍ଯରେ କାଣ୍ଟେ କି ଟକ୍କର। ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ କଥା କଟାକଟି ଚାଲିଥିବାବେଳେ ଆଦିତ୍ଯଙ୍କୁ ଟାର୍ଗେଟ କରିଛନ୍ତି ମିଲିନ୍ଦ। ମୁମ୍ବାଇର ବିକାଶରେ ଆଦିତ୍ଯ ବାଧା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ମିଲିନ୍ଦ।ଗତ ଜାନୁଆରୀରେ ମିଲିନ୍ଦ କଂଗ୍ରେସ ଛାଡି ଏକନାଥ ନେତୃତ୍ବାଧୀନ ଶିବସେନାରେ ସାମିଲ ହୋଇଥିଲେ। ୨୦୧୯ରେ ଏହି ଆସନରୁ ପୂର୍ବତନ ମୁଖ୍ଯମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ଯ ବିଜୟୀ ହୋଇଥିଲେ।

ଏକ ସାକ୍ଷାତକାର ବେଳେ ଆଦିତ୍ଯଙ୍କୁ ଜଣେ ବାହାର ନେତା ବା ଆଉଟସାଇଡର ବୋଲି ଚିତ୍ରଣ କରିଥିଲେ ମିଲିନ୍ଦ। ଖୋଦ୍ ମୁମ୍ବାଇ ଭିତରେ ବାହାର-ଭିତର ପ୍ରାର୍ଥୀଙ୍କୁ ନେଇ ଏବେ ଜୋର ଧରିଛି ରାଜନୀତି। ଚଳିତ ନିର୍ବାଚନରେ ୱର୍ଲି ଆସନରୁ ମହାରାଷ୍ଟ୍ର ନବ ନିର୍ମାଣ ସେନାରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଦୀପ ଦେଶପାଣ୍ଡେ। ମିଲିନ୍ଦଙ୍କ ବାପା ମୁରଲୀ ଦେଓରା ମୁମ୍ବାଇ ଦକ୍ଷିଣ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ରେ ଏହି ଲୋକସଭା ଆସନରୁ ସାଂସଦ ଥିଲେ।

Latest Posts

Don't Miss