ଭୂମିକମ୍ପରେ ଥରିଲା ରାଜ୍ୟର ୪ ଜିଲ୍ଲା, ଲୋକ ଭୟଭୀତ
1 min readଭୁବନେଶ୍ୱର: ରାଜ୍ୟର ୪ ଜିଲ୍ଲା ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମରେ ମୃଦୁ ଭୂମିକମ୍ପ ହୋଇଛି । ଗଞ୍ଜାମରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଭୂମିକମ୍ପ ଆଜି ସକାଳ ୧୧ଟା ୧୯ ମିନିଟ୍ ୧୦ ସେକେଣ୍ଡର ହୋଇଥିବା ବେଳେ ସମସ୍ତ ସ୍ଥାନରେ ଝଟକା ଅନୁଭୂତ ହୋଇଥିଲା ।
#Earthquake of magnitude 3.5 in #Richter scale felt near #Ganjam (20.43N, 84.84E) at 11:19:10 IST of today.
Depth: 10km pic.twitter.com/raHxS8QtcT
— Meteorological Centre, Bhubaneswar (@mcbbsr) April 15, 2022
ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା । ତିବ୍ରତା କମ୍ ଥିବାରୁ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ତେବେ ମୃଦୁ ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖିବାକୁ ମିଳିଥିଲା । ଲୋକେ ଭୟରେ ଘରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ ।