ଏ ହେଉଛନ୍ତି ଆମେରିକାର ‘ଅଜିତ ଡୋଭାଲ’ : ଯାହାଙ୍କର ନାମ ଶୁଣିଲେ ଥରିଉଠେ ଚୀନ

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଇକେଲ ୱାଲ୍ଟଜଙ୍କୁ ନୂତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ୱାଲ୍ଟ ଜଣେ ଅବସରପ୍ରାପ୍ତ ଆର୍ମି ନ୍ୟାସନାଲ ଗାର୍ଡ ଅଧିକାରୀ ତଥା ରିପବ୍ଲିକାନ୍ କଂଗ୍ରେସ କର୍ମୀ। ସେ ଚୀନ୍‌ର ଜଣେ କଠୋର ସମାଲୋଚକ ଏବଂ ଭାରତର ସମର୍ଥକ ଭାବରେ ବିବେଚିତ ହୁଅନ୍ତି।। କୋଭିଡ -19 ଏବଂ ଉଇଗୁରୁ ଅତ୍ୟାଚାର ପାଇଁ ସେ ଚାଇନାକୁ ଦାୟୀ କରିଛନ୍ତି।

ୱାଲ୍ଟଜ୍ ରିପବ୍ଲିକାନ୍ ପାର୍ଟିର ତିନିଥର ସାଂସଦ ହୋଇସାରିଛନ୍ତି । ସେ ପୂର୍ବ-କେନ୍ଦ୍ରୀୟ ଫ୍ଲୋରିଡା ବାସିନ୍ଦା  । ମାଇକେଲ ୱାଲ୍ଟ ଟ୍ରମ୍ପଙ୍କ ଜଣେ ଦୃ୍ଢ ସମର୍ଥକ ଅଟନ୍ତି। ଚୀନ୍ ପ୍ରତି ତାଙ୍କର କଠୋର ଆଭିମୁଖ୍ୟ ରହିଛି ବୋଲି ବିବେଚନା କରାଯାଏ। ୱାଲ୍ଟ ଚାଇନାକୁ କୋଭିଡ -19 ପାଇଁ ଦାୟୀ କରିଥିଲେ। ସେ ଚୀନ୍‌କୁ ମୁସଲିମ ଉଇଗୁରୁଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ବେଜିଂରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସକୁ ବଏକଟ୍ କରିବାକୁ ଆମେରିକାକୁ ଆହ୍ବାନ କରିଥିଲେ। ସେ ପେଣ୍ଟାଗନରେ ନୀତି ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବାଇଡେନଙ୍କୁ ସମାଲୋଚନା ଏବଂ ଟ୍ରମ୍ପଙ୍କୁ ସମର୍ଥନ

ହାଉସ ଆର୍ମଡ ସେବା କମିଟିର ସଭାପତି ଭାବରେ ମାଇକ ୱାଲ୍ଟଜ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନେଇ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେହି ସମୟରେ ଭୁଲବଶତଃ ବହୁ ସଂଖ୍ୟକ ଅସ୍ତ୍ର ତାଲିବାନଙ୍କ ହାତକୁ ଚାଲିଯାଇଥିଲା । ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ୱାଲ୍ଟ ୱେଷ୍ଟ ୱିଙ୍ଗ ମଧ୍ୟରେ ଆମେରିକାର ବୈଦେଶିକ ନୀତିର ସମନ୍ୱୟ ରକ୍ଷା କରିବେ ଏବଂ ରାଷ୍ଟ୍ରପତିଙ୍କୁ ବିଶ୍ବର ବିକାଶ ବିଷୟରେ ସୂଚନା ଦେବେ।

ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୱାଲ୍ଟ ଗୁରୁତ୍ୱପୂର୍ଣ୍ଣ

ୱାଲ୍ଟ ନ୍ୟାସନାଲ ଗାର୍ଡରେ କର୍ଣ୍ଣେଲ ଭାବରେ କାର୍ଯ୍ୟ କରିଛନ୍ତି। ସାମରିକ ସେବା ବ୍ୟତୀତ ମାଇକ୍ ୱାଲ୍ଟଜ୍ ମେଟିସ୍ ସଲ୍ୟୁସନ୍ ନାମକ ଏକ କମ୍ପାନୀର ନେତୃତ୍ୱ ନେଇଥିଲେ। ବିଭିନ୍ନ କ୍ଷେତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ୱାଲ୍ଟ ସମର୍ଥନ କରିଛନ୍ତି । ନାଟୋ ଏବଂ ୟୁକ୍ରେନ ଉପରେ ତାଙ୍କର ଆଭିମୁଖ୍ୟ ମଧ୍ୟ ବିଶ୍ୱକୁ ନୂଆ ରାସ୍ତା ଦେଖେଇବ । ୟୁକ୍ରେନ ଉପରେ ତାଙ୍କର ମତ ସମୟ ସହିତ ବିକଶିତ ହୋଇଛି  । ୨୦୨୨ ରେ ଋଷର ଆକ୍ରମଣ ପରେ ୱାଲ୍ଟଜ ଜୋ ବାଇଡେନଙ୍କୁ କିଭିକୁ ଅଧିକ ଅସ୍ତ୍ର ଯୋଗାଇବାକୁ ନିବେଦନ କରିଥିଲେ ।ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ରିଚାର୍ଡ ଗୋଲଡବର୍ଗ ଜାତୀୟ ସୁରକ୍ଷା ପରିଷଦରେ କାର୍ଯ୍ୟ କରୁଥିଲେ । ସେ ୱାଲ୍ଟଜଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ସେବା ସଦସ୍ୟ ତଥା କ୍ୟାପିଟାଲ ହିଲରେ ଅଭିଜ୍ଞତା ଥିବା ହେତୁ ୱାଲ୍ଟଜ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ବହନ କରିବେ ।