ଭଲ ଖାଇବାକୁ ନମିଳିବାରୁ କ୍ୱାରେଣ୍ଟାଇନରୁ ଫେରାର ହେଲେ ପରିବାର !

ଗଜପତି: କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲେ ୪ ପ୍ରବାସୀ ଶ୍ରମିକ । ଏହି ପ୍ରବାସୀ ଶ୍ରମିକ ସମସ୍ତେ ଗୋଟିଏ ପରିବାରର । ୧୪୪ ଧାରା ଜାରି ଥିବା ସତ୍ତ୍ୱେ ପାଚେରି ପଟେ ଖସି ପଳାଇଲେ  ପ୍ରବାସୀ ଶ୍ରମିକଙ୍କ ପରିବାର । କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ପରେ ସମାଧାନ ନହେବାରୁ କେନ୍ଦ୍ର ଛାଡି ପଳାଥିବା ଅଭିଯୋଗ । କ୍ୱାରାଣ୍ଟାଇନ କେନ୍ଦ୍ରରେ ଖାଦ୍ୟ ଓ ପାନିୟ ଜଳର ସଠିକ୍ ବ୍ୟବସ୍ଥା ନଥିବା ଯୋଗୁଁ ଦୁଇଜଣ ଶିଶୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତେଣୁ ସେମାନେ ଶିଶୁଙ୍କ ଚିକିତ୍ସାପାଇଁ ଅନୁରୋଧ କରିଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ ବାଧ୍ୟ ହୋଇ କ୍ୱାରାଣ୍ଟାଇନ କେନ୍ଦ୍ର ଛାଡିଥିବା ଅଭିଯୋଗ କରାଯାଇଛି ।

ଖବର ପାଇ ଘଟଣା ସ୍ଥଳରେ କାଶୀନଗର ପୋଲିସ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ଏବଂ ବିଳମ୍ବିତ ରାତିରେ ପ୍ରବାସୀଙ୍କ ଗାଁ ଭୁପତି ଲକ୍ଷ୍ମୀପୁରରୁ ଠାବ କରିଥିଲା ପୋଲିସ, ଅନ୍ୟ ପକ୍ଷରେ ବାରମ୍ବାର ବହୁ କ୍ୱାରାଣ୍ଟାଇନ କେନ୍ଦ୍ରରୁ ସମସ୍ୟା ସମ୍ପର୍କରେ ଅଭିଯୋଗ ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

ଖବର ପାଇବା ପରେ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ରିପୋର୍ଟ ଆସିବା ପରେ ତଥ୍ୟ ଆଧାରରେ  ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply