ପେଟ ଭରିବାକୁ ଯାଇଥିଲେ, ଚାଲିଗଲା ଆଖି: ସର୍ଦ୍ଦାର ବି ବୁଝିଲାନି ଦୁଃଖ

ବଲାଙ୍ଗିର: ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଉଛନ୍ତି ଓଡିଆ ଶ୍ରମିକ । ହେଲେ ଅନେକ ସମୟରେ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି । କେତେବେଳେ ତାଙ୍କର ମୃତଦେହ ଗାଁକୁ ଫେରୁଛି ତ କେବେ ଦିବ୍ୟାଙ୍ଗ ହୋଇ ଫେରୁଛନ୍ତି  ।

ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରରୁ । ଡାହିମାଲ ଗାଁ ର ୨୮ ବର୍ଷୀୟ ଦେବାନନ୍ଦ ମାଝି । ୬ ମାସ ତଳେ ଯାଇଥିଲେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣଲ୍‌ । ତାଙ୍କୁ ନେଇଥିଲେ ବେଲପଡ଼ା ଅଞ୍ଚଳର ଦାଦନ ସର୍ଦ୍ଦ।ର ସୁଶାନ୍ତ ପାତ୍ର । ସେଠାରେ ଇଟାଭାଟିରେ କାମ କରୁଥିଲେ ଦେବାନନ୍ଦ । କାମ କରୁଥିବାବେଳେ ନଷ୍ଟ ହେଲା ଡାହାଣ ଆଖି । ଭାଟି ମାଲିକ କିନ୍ତୁ ଦେଲାନି ଚିକିତ୍ସା ଖର୍ଚ୍ଚ । ଓଲଟି ଟଙ୍କା ବଦଳରେ ଦେଲା ନିର୍ଯାତନା । ଶେଷରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଗାଁକୁ ଫେରିଛନ୍ତି ଦେବାନନ୍ଦ । ଏବେ ବାପା ମାଆଙ୍କୁ ନେଇ ସାହାଯ୍ୟ ପାଇଁ ବୁଲୁଛନ୍ତି ଅଫିସ୍‌ ଅଫିସ୍‌ । ଚିକିତ୍ସା ଖର୍ଚ୍ଚ ସହ ଦାଦନ ଶର୍ଦ୍ଦ।ର ଓ ଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଉପଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଦେବାନନ୍ଦ । ସେପଟେ ଶ୍ରମ ବିଭାଗ ଅଧିକାରୀ ମଧ୍ୟ ଘଟଣା ନେଇ ସମ୍ବେଦନଶିଳ ଥିବା କହିଛନ୍ତି । ତେବେ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଦାଦନ ଶ୍ରମିକଙ୍କ ପାଇଁ ଶ୍ରମବିଭାଗ ତତ୍ପର ଥିବାବେଳେ ବେଲପଡା ବ୍ଲକରେ ଅନେକ ସମୟରେ ଏପରି ଅଭିଯୋଗ ଆସିଛି । ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି ।

Leave a Reply