ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ୧୨ ଆହତ

ଅନଗୁଳ: ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବ ସୂଚନା ମିଳିଛି ।

ଲକ୍‌ଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ପଲାସାରେ କାମ କରୁଥିବା ୧୫ ଜଣ ଶ୍ରମିକ ଓଡ଼ିଶା ଫେରିବାକୁ ଚାହିଁଥିଲେ । ହେଲେ ଗାଡ଼ିମଟର ସବୁ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଫେରିବାକୁ ମନସ୍ଥ କଲେ । ପଲାସାରୁ ଚାଲିଚାଲି ଓଡ଼ିଶା, ଅନଗୁଳ ପୁରୁଣାକୋର୍ଟ ଅଭିମୁଖେ ବାହାରିଲେ ।

ହେଲେ ଚାଲିଚାଲି ଆସିବର ବେଳେ ବୌଦ୍ଧ ଜିଲ୍ଲାରେ ଜଣେ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଅଟକାଇଥିଲେ ଓ ସେମାନଙ୍କ ପାଇଁ ଏକ ମିନିଟ୍ରକର ବ୍ୟବସ୍ଥା କରି ଘରକୁ ପଠାଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ସେହି ମିନିଟ୍ରକଟି ଅନଗୁଳ ଠାକୁରଗଡ଼ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଆହତ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

Leave a Reply