କଟକଣା କୋହଳ ପରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ବିହାରରେ ୨ ସପ୍ତାହରେ ୩ ଗୁଣା ବଢ଼ିଲା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତିଗତିରେ ବଢ଼ିବାରେ ଲାଗିଛି । ଗତ ୪ ଦିନ ମଧ୍ୟରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୮ ହଜାରରେ ପହଞ୍ଚିଛିଥିବା ବେଳେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ତେବେ ଓଡ଼ିଶା, ବିହାର ଓ କେରଳା ଭଳି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ।

Patna Rohtas Corona Cases Latest | Bihar Coronavirus Lockdown 4.0 ...

ବିହାରରେ ବେଲଗାମ୍ ହେଉଛି କରୋନା

ଦେଶର ବିଭିନ୍ନ ରାଜ୍ୟରୁ ସର୍ବାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓଡ଼ିଶା ଏବଂ ବିହାରକୁ ଫେରିଛନ୍ତି । ଇତିମଧ୍ୟରେ ବିହାରରେ ଦିନ ଦିନ ବଢ଼ିବାରେ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨ ସପ୍ତାହ ମଧ୍ୟରେ ବିହାରେ କରୋନା ସଂକ୍ରମତଙ୍କ ସଂଖ୍ୟା ୩ ଗୁଣା ବଢ଼ିଛି । ୧୦ ମଇ ସୁଦ୍ଧା ବିହାରରେ ୭୦୦ରୁ କମ୍ କରୋନ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ଏହି ସଂଖ୍ୟା ଏବେ ୨ହଜାର ୫ଶହକୁ ବୃଦ୍ଧି ପାଇଛି । ରବିବାର ବିହାରରେ  ୨୦୭ ନୂଆ ମାମଲା ସାମ୍ନାକୁ ଆସିଛି । ଘରକୁ ଫେରୁଥିବା ପାଖାପାଖି ୨୦ ପ୍ରତିଶତଠାରୁ ଊର୍ଦ୍ଦ୍ୱ ପ୍ରବାସୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଏଯାଏଁ ବିହାରରେ ମୋଟ ୧୩ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

Coronavirus | In Kerala, migrants at crossroads over COVID-19 ...

ଓଡ଼ିଶା ଏବଂ କେରଳାରେ ମଧ୍ୟ ବଢ଼ୁଛି ମାମଲା

ତେବେ ସୋମବାର ଓଡ଼ିଶାରେ ପୁଣି ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ । ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫୦ରେ ପହଞ୍ଚିଛି । ସେପଟରେ କେରଳାରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଏଠାରେ ଗତ ଏକ ସପ୍ତାହ ମଧ୍ୟରେ ପାଖାପାଖି ୧୦୦ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ  ପ୍ରବାସୀ । ଏମାନେ ସମସ୍ତେ ଗୁଜରାଟ ଏବଂ ମହାରାଷ୍ଟ୍ରଠାରୁ ଫେରିଛନ୍ତି । ଏଥିସହିତ ବିଦେଶରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଫେରିଛନ୍ତି ।

Coronavirus News: Almost All 3,500 COVID Beds In Mumbai Taken ...

ମୁମ୍ୱାଇରେ ୩୦ ହଜାରରୁ ଅଧିକ ମାମଲା

ମହାରାଷ୍ଟ୍ରରେ ସୋମବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୨୩୧ରେ ପହଞ୍ଚିଛି ।  ଯେଉଁଥିରୁ ୩୩ ହଜାର ୯୮୮ ଟି ମାମଲା ସକ୍ରିୟ ରହିଛି । ଯେତେବେଳେ କି ଏହି ମାରାତ୍ମକ ଭୂତାଣୁ ଯୋଗଁ ୧୬୩୫ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏମାନଙ୍କ ମଧ୍ୟରୁ କେବଳ ୩୦ ହଜାରରୁ ଊର୍ଦ୍ଧ୍ୱ ମାମଲା ମହାରାଷ୍ଟ୍ରର ପ୍ରମୁଖ ସହର ମୁମ୍ୱାଇରୁ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୁମ୍ୱାଇରେ ମଧ୍ୟ ପାଖାପାଖି ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

Leave a Reply