spot_img

Latest Posts

ସଙ୍କଟରେ ଲକଡାଉନ୍…ଦିଲ୍ଲୀରୁ ପାଞ୍ଚ ଲକ୍ଷରୁ ଅଧିକ ଶ୍ରମିକଙ୍କ ପଳାୟନ

କରୋନା ଯୋଗୁଁ ଭାରତ ସରକାର ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଲକଡାଉନ୍ ର ଚତୁର୍ଥ ଦିନରେ ଶ୍ରମିକଙ୍କକୁ ନିଜ ଘରକୁ ସ୍ଥାନାନ୍ତର କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ । ଦିଲ୍ଲୀର ପାଞ୍ଚ ଲକ୍ଷରୁ ଅଧିକ ଲୋକେ ଉତ୍ତରପ୍ରଦେଶରେ ପ୍ରବେଶ କରିଛନ୍ତି। ସମସ୍ତ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ପାଇଁ ୟୁପି ସରକାର ଏକ ହଜାର ବସ୍ ପରିବହନ ପାଇଁ ଆଦେଶ ଦେଇଥିଲେ। ଶୁକ୍ରବାର ଏବଂ ଶନିବାର ଦିନ ବସ୍ ଗୁଡିକ ରାତାରାତି ଚାଲିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଅପରପକ୍ଷରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିସ୍ଥିତି ଉପରେ ନଜର ରଖିଥିଲେ।

ଏଥିପାଇଁ ବର୍ତ୍ତମାନ, ଦିଲ୍ଲୀ-ଏନସିଆରର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ହଜାର ହଜାର ଲୋକେ ନିଜ ପଳାୟନ କରିଥିବାରୁ ବସ୍ ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ଏହି କାରଣରୁ, ହଇଚଇର ବାତାବରଣ ସୃଷ୍ଟି ହୋଇଥିଲା । ଏଥିପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରମିକମାନେ ଯେଉଁଠାରେ ଅଛନ୍ତି ସେମାନଙ୍କୁ ସେଠାରେ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହା ସତ୍ତ୍ବେ ଦିଲ୍ଲୀରେ ଭିଡ କମିନଥିଲା ।

ବହୁ ସଂଖ୍ୟାରେ ଶ୍ରମିକଙ୍କ ପଳାୟନକୁ ଦୃଷ୍ଟିରେ ରଖି ସରକାର ଶ୍ରମିକମାନଙ୍କୁ ସୁବିଧା ଯୋଗାଇଦେବାକୁ କହିଛନ୍ତି। ଲକଡାଉନ୍ ପରେ ସୀମାରେ ବାସ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ନିଜ ଗାଁକୁ ଫେରିଯିବା ପାଇଁ ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ ବିନା ଖାଦ୍ୟ ଓ ପାଣିରେ ସେମାନଙ୍କ ଅବସ୍ଥା ଖରାପ ହୋଇଥିଲା । ଖାଦ୍ୟ, ବସ୍ତ୍ର, ଚିକିତ୍ସା ସେବା ଇତ୍ୟାଦିର ବ୍ୟବସ୍ଥା, ବନ୍ଦ ଯୋଗୁଁ ଫସି ରହିଥିଲେ ଅନେକ ଶ୍ରମିକ ।

ଶ୍ରମିକମାନେ ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପଳାୟନ କରିବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ଲକଡାଉନ୍ ର କୌଣସି ପ୍ରଭାବ ରହିନଥିଲା । ଗୋଟେ ସ୍ଥାନରେ ଲୋକଙ୍କ ଭିଡ ଜମିଥିଲା । ଲକଡାଉନ୍ ର ମୁଖ୍ୟ ଉଦେଶ୍ୟ ଲୋକଙ୍କ ମଧ୍ୟରେ ଯଗାଯୋଗ କମ କରିବାକୁ ଥିଲା । ହେଲେ କାଲିର ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ସେମାନଙ୍କ ମଧ୍ୟରେ କିଛି ଦୂରତା ନଥିଲା । ଏଥିପାଇଁ ୨୧ ଦିନିଆ ଲକଡାଉନ୍ ସମୟରେ ଶ୍ରମିକଙ୍କ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Latest Posts

Don't Miss