ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଆସି ଫସି ରହିଥିବା କୈାଣସି ବ୍ୟକ୍ତି ରାସ୍ତାରେ ଚାଲିଚାଲି ଯିବେ ନାହିଁ । ଏପରିକି ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଲୋକେ ମଧ୍ୟ ଓଡିଶା ମାଟିରେ ଚାଲି ଚାଲି ଯିବେନି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିପାଇଁ ରାଜ୍ୟର ୧୨ଟି ବର୍ଡର ଚେକ ପଏଣ୍ଟରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଭଳି ଲୋକଙ୍କ ପାଇଁ ରାଜ୍ୟ ସରକାର ଗାଡ଼ି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସେମାନଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ନିଜ ଖର୍ଚ୍ଚରେ ରାଜ୍ୟ ସରକାର ଛାଡ଼ିବେ । ଗିରିସୋଲା, କେରଡା ଏବଂ ସୋହେଲା ବର୍ଡର ଚେକ ପଏଣ୍ଟ ଦେଇ ବେଶୀ ସଂଖ୍ୟାରେ ଅନ୍ୟ ରାଜ୍ୟର ଶ୍ରମିକ ଫେରୁଛନ୍ତି । ତେଣୁ ଯେଉଁମାନେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏପରିକି କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ମଧ୍ୟ ଏଭଳି ଶ୍ରମିକଙ୍କ ପାଇଁ ବସର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବର୍ଡର ଚେକ ପଏଣ୍ଟ ଦେଇ ୧୩୪୯ଟି ବସ ଏବଂ ୪୩୭୨ଟି ଚାରି ଚକିଆ ଯାନ ଓଡିଶାକୁ ପ୍ରବେଶ କରିଛି ।

Leave a Reply