ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ଖର୍ଚ୍ଚ: ବ୍ୟୟ ଅଟକଳକୁ ମଞ୍ଜୁରୀ ଦେବାକୁ ଚିଠି ଲେଖିଲେ ଏସ୍‌ଆର୍‌ସି

1 min read

ଭୁବନେଶ୍ୱର: ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟର ବା ସାମୟିକ ଚିକିତ୍ସା ଶିବିର- ଟିଏମ୍‌ସିରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଟିଏମ୍‌ସିରେ ୧୪ ଦିନ ରହିବା ପାଇଁ ସବୁ ପ୍ରକାର ସୁବିଧା କରାଯିବ ।

ଜଣେ ବୟସ୍କଙ୍କ ଦୈନିକ ଖାଇବା ଖର୍ଚ୍ଚ ୧୨୦ ଟଙ୍କା । ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଖର୍ଚ୍ଚ ହେବ ଶହେ  ଟଙ୍କା। ହାଇଜିନ୍‌ କିଟ୍‌ ପାଇଁ ୧୪ ଦିନରେ ୩୦୦ ଟଙ୍କା ଖର୍ଚ୍ଚ ହେବ । ସାନିଟାଇଜେସନ, ସିକ୍ୟୁରିଟି ଖର୍ଚ୍ଚ ୨ ହଜାର ଟଙ୍କା ମଧ୍ୟରେ ରହିବ ।

ପ୍ରତି ବେଡ୍‌ ପାଇଁ ୨ଟି ବେଡ୍‌ ସିଟ୍‌ ଯୋଗାଇ ଦିଆଯିବ। ଖର୍ଚ୍ଚ ଅଟକଳକୁ ମଞ୍ଜୁରୀ ଦେବା ପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି ।

Leave a Reply