ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଂ ଜରିଆରେ କରୋନା ସଂକ୍ରମଣ ପରିସ୍ଥିତି ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ୧୫ହଜାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ଏହା ସହ ବର୍ତ୍ତମାନ ଅନ୍ୟରାଜ୍ୟରୁ ଫେରୁଥିବା ପ୍ରବାସୀ ବସ୍ ପରିବର୍ତ୍ତେ ଟ୍ରେନରେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୁରତଚରୁ ଓଡ଼ିଶାକୁ ବସରେ ପ୍ରବାସୀଙ୍କୁ ଆଣିବାରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଯେପରି କି ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ସମସ୍ୟା । ଏହାସହ ନିକଟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ସୁରତରୁ ପ୍ରବାସୀଙ୍କୁ ଟ୍ରେ୍ନ ଯୋଗେ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି ।

 

ଗ୍ରୀନ୍ ଜୋନରେ ସ୍ୱଭାବିକ ଅବସ୍ଥା ଫେରିବ

ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜିବିକା ଓ ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଦୈନିକ ୧୫ ହଜାର ଟେଷ୍ଟ

ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବଂ ଏନେଇ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦୈନିକ ୩୫ଶହ ଟେଷ୍ଟିଂ ହେଉଛି ଯାହାକୁ ଆଗାମୀ ଦିନରେ ଦୈନିକ ୧୫ହଜାର କରାଯିବ ।

କ୍ୱାରେଣ୍ଟାଇନ ନିୟମ ମାନିବାକୁ ସମସ୍ତେ ବାଧ୍ୟ

କ୍ୱରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତ ବ୍ୟକ୍ତି ନିୟମ ମାନିବାକୁ ବାଧ୍ୟ । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ବର୍ତ୍ତମାନ ର ଅସାଧରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ପଞ୍ଜିକରଣ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବାଧ୍ୟତା ମୂଳକ କରାଯାଛି । ଓଡ଼ିଶା ପୂର୍ବରୁ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ । ଓଡ଼ିଶାରେ ପହଞ୍ଚିବା ପରେ ନିର୍ଦ୍ଧାରିତ କ୍ୱାରେଣ୍ଟାଇନ ଅବଧି ପୂରଣ କରିବା ବାଧ୍ୟତାମୂଳକ ହେବ ।

ବାହାରେ କାମ କରୁଥିବା ଜିଲ୍ଲାଙ୍କ ପ୍ରତି ବିଶେଷ ଦୃଷ୍ଟି

ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାର ଅଧିକ ଲୋକ ବାହାର ରାଜ୍ୟରେ କାମ କରିଥାନ୍ତି । ତେଣୁ ସେହି ଜିଲ୍ଲା ଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯିବ ।

Leave a Reply