୪ଟି ଟ୍ରେନ୍‌ରେ ବାଲେଶ୍ୱର ଓ ମୟୂରଭଞ୍ଜକୁ ଆସିବେ ୩ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ

ବାଲେଶ୍ୱର: ଗୁଜୁରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆଜି ୪ଟି ଟ୍ରେନରେ ଫେରିବେ ପ୍ରବାସୀ ଓଡ଼ିଆ । ସେମାନେ ଆସି ବାଲେଶ୍ୱର ଷ୍ଟେସନରେ ଓହ୍ଲାଇବେ । ପ୍ରବାସୀଙ୍କ ମଧ୍ୟରେ କିଛି ବାଲେଶ୍ୱର ଓ ମୟୁରଭଞ୍ଜର ଅଛନ୍ତି ବୋଲି ଜଣାପଡ଼ିଛି । ସକାଳ ୫ଟା ୪୫ରେ ଗୁଜରାଟର ମୁର୍ବିରୁ ବାଲେଶ୍ୱର ଅଭିମୁଖେ ୨ଟି ଟ୍ରେନ୍‌ ବାହାରିଛି । ସେଥିମଧ୍ୟରୁ ଗୋଟିଏ ଟ୍ରେନ୍‌ ୮ଘଣ୍ଟା ବିଳମ୍ବରେ ଚାଲିଛି । ସେହିପରି ମୁର୍ବିରୁ ବାହାରିଥିବା ଅନ୍ୟ ଏକ ଟ୍ରେନ୍‌ ୯ ଘଣ୍ଟା ବିଳମ୍ବରେ ଚାଲିଛି ।

ତାମିଲନାଡୁର ତିରୁପୁରରୁ ବାହାରିଥିବା ଟ୍ରେନ୍‌ ରାତି ୮ଟାରେ ପହଞ୍ଚିବାକୁ ଥିବା ବେଳେ, ଏହା ଅଧଘଣ୍ଟା ବିଳମ୍ବରେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବ ବୋଲି କୁହାଯାଉଛି । ଗୁଜରାଟ ସୁରତରୁ ଗୋଟିଏ ଟ୍ରେନ୍‌ ବାହାରିଛି ।

୧୦୪କୁ ଫେକ୍‌ କଲ୍‌ କରି କହିଲେ ଓଡ଼ିଶାରେ ୧୦୦ କୋଟି ମଲେଣି…

ସେଥିପାଇଁ ବାଲେଶ୍ୱର ଲକ୍ଷ୍ମୀନାରାୟଣ ମନ୍ଦିର ଛକରୁ ସୁରଜ ହୋଟେଲ ଛକ ଓ ରେଳଷ୍ଟେସନର ୫ ଶହ ମିଟର ପରିଧି ମଧ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଗୁଜରାଟ ମୁର୍ବିରୁ ୨ଟି, ତାମିଲନାଡୁ ତିରୁପୁରରୁ ଗୋଟିଏ ଓ ଗୁଜରାଟ ସୁରତରୁ ଗୋଟିଏ ଟ୍ରେନ୍‌ରେ ପ୍ରାୟ ୩ହଜାର ଲୋକ ବାଲେଶ୍ୱର ଆସିବେ । ସମସ୍ତଙ୍କୁ ପଞ୍ଜିକରଣ କରି ପଞ୍ଚାୟତ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।

Leave a Reply