ଲକଡାଉନ ସଙ୍କଟ: ୧୦ଦିନରେ ସଡକ ନେଲାଣି ୯୯ଶ୍ରମିକଙ୍କ ଜୀବନ

1 min read
One year of lockdown: How country was halted due to Covid-19

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ  ଦେଶରେ ୨୪ ମାର୍ଚ୍ଚରୁ ଲକଡାଉନ ଲାଗୁ କରାଯାଇଛି । ଏବଂ ଏଥିରେ ସବୁଠୁ ଅଧିକ ପ୍ରଭାବିତ  ହୋଇଛନ୍ତି ଗରିବ ଓ ପ୍ରବାସୀ ଶ୍ରମିକ  ।  ତାଙ୍କ ପାଖରେ କେବଳ ଖାଦ୍ୟ ଦ୍ରବ୍ୟର ଅଭାବ ପଡ଼ିନି, କାମର ମଧ୍ୟ ଅଭାବ ଦେଖଇବାକୁ ମିଳିଛି । ତେଣୁ ନିଜ ନିଜ ଗାଁକୁ ଫେରିବା ତାଙ୍କ ପାଇଁ ସେମାନେ ବାଧ୍ୟ ।  ଘରକୁ ଫେରିବା ବାଟରେ ବହୁ ଶ୍ରମିକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଗତ ୧୦ଦିନରେ ହୋଇଥିବା ଭିନ୍ନ ଭିନ୍ନ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୯୯ଜଣଙ୍କ ଜୀବନ ଗଲାଣି ଏବଂ ୯୩ଜଣ ଶ୍ରମିକ ଆହତ ହୋଇଛନ୍ତି ।

ଆସନ୍ତୁ ଜାଣିବା କେଉଁଠି ଓ କେମିତି ହୋଇଛି ଦୁର୍ଘଟଣା

  • ଆଜି ଉତ୍ତରପ୍ରଦେଶର ଔରୈୟା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨୪ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲ କୁ ପଠାଇ ଦିଆଯାଇଛି ।
  • ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ଗୁନାରେ ଏକ ସଡକ ଦୁର୍ଘଟଣାରେ ୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ତିନିଜଣ ଶ୍ରମିକ ଉତ୍ତର ପ୍ରଦେଶରେ ଥିଲେ ଏବଂ ମୁମ୍ବାଇରୁ ନିଜ ଘରକୁ ଫେରୁଥିଲେ । ଶ୍ରମିକ ମାନେ ଗୋଟିଏ ପିକଅପ୍ ଭ୍ୟାନରେ ଫେରୁଥିବା ବେଳେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଏଥିରେ ୧୫ଜଣ ଶ୍ରମିକ ଆହତ ହୋଇଛନ୍ତି ।
  •  ଗୁରୁବାର ଦିନ ଗୁନାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଟ୍ରକରେ ଯାଉଥିବା ବେଳେ ତାଙ୍କୁ ଏକ ବସ୍ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫ଜଣ ଆହତ ହୋଇଥିଲେ ।
  • ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ବୁଧବାର ଦିନ ବିଳମ୍ବିତ ରାତିରେ ଏକ ବସ୍ ରାସ୍ତାରେ ଯାଉଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲା । ୬ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଶ୍ରମିକ ଆହତ ହୋଇଥିଲେ ।
  •  ମେ ୧୦ରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ସଡକ ଦୂର୍ଘଟଣାରେ ୫ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣାରେ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ଜୀବନ ଚାଲିଯାଇଥିଲା ।
  • ମହାରାଷ୍ଟ୍ରର ଔରଙ୍ଗାବାଦରେ ଗୁରୁବାର ଦିନ ବିଳମ୍ବିତ ରାତିରେ ୧୬ଜଣ ପ୍ରବାସୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଔରଙ୍ଗାବାଦରୁ ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା ବେଳେ ଥକି ଯାଇ ଔରଙ୍ଗାବାଦ ଜାଲନା ରେଳ ଟ୍ରାକ ଉପରେ ଶୋଇପଡ଼ିଥିଲେ । ଏବଂ ତାଙ୍କ ଉପରେ ମାଲବାହୀ ଟ୍ରେନ ଚଢି ଯାଇଥିଲା ।

ଅନ୍ୟପଟେ ଆଜି ଉତ୍ତର ପ୍ରଦେଶର ଔରୈୟାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।  ୨୪ଜଣ ଶ୍ରମିକଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ସଡ଼କ ଦୁର୍ଘଟଣା ବହୁତ ଦୁଃଖଦ ଘଟଣା । ଏବଂ ସେ ଏହା ମଧ୍ୟ ଲେଖିଛନ୍ତି ଯେ ସରକାର ଉଦ୍ଧାର କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି । ଏବଂ ଏହି ଦୁର୍ଘଟଣା ମୃତ୍ୟୁ ବରଣ କରିଥିାବା ଶ୍ରମିକମାନଙ୍କ ପରିବାର ଲୋକଙ୍କ ପ୍ରତି ସେ ସମ୍ବେଦନା ଜଣାଇବା ସହ ଆହତମାନେ ଶୀଘ୍ର ସୁସ୍ଥ ହେବା ନେଇ ସେ କାମନା  କରିଛନ୍ତି ।

Leave a Reply