ଲକଡାଉନ ସଙ୍କଟ: ୧୦ଦିନରେ ସଡକ ନେଲାଣି ୯୯ଶ୍ରମିକଙ୍କ ଜୀବନ
1 min readନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୪ ମାର୍ଚ୍ଚରୁ ଲକଡାଉନ ଲାଗୁ କରାଯାଇଛି । ଏବଂ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ପ୍ରବାସୀ ଶ୍ରମିକ । ତାଙ୍କ ପାଖରେ କେବଳ ଖାଦ୍ୟ ଦ୍ରବ୍ୟର ଅଭାବ ପଡ଼ିନି, କାମର ମଧ୍ୟ ଅଭାବ ଦେଖଇବାକୁ ମିଳିଛି । ତେଣୁ ନିଜ ନିଜ ଗାଁକୁ ଫେରିବା ତାଙ୍କ ପାଇଁ ସେମାନେ ବାଧ୍ୟ । ଘରକୁ ଫେରିବା ବାଟରେ ବହୁ ଶ୍ରମିକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଗତ ୧୦ଦିନରେ ହୋଇଥିବା ଭିନ୍ନ ଭିନ୍ନ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୯୯ଜଣଙ୍କ ଜୀବନ ଗଲାଣି ଏବଂ ୯୩ଜଣ ଶ୍ରମିକ ଆହତ ହୋଇଛନ୍ତି ।
ଆସନ୍ତୁ ଜାଣିବା କେଉଁଠି ଓ କେମିତି ହୋଇଛି ଦୁର୍ଘଟଣା
- ଆଜି ଉତ୍ତରପ୍ରଦେଶର ଔରୈୟା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨୪ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲ କୁ ପଠାଇ ଦିଆଯାଇଛି ।
- ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ଗୁନାରେ ଏକ ସଡକ ଦୁର୍ଘଟଣାରେ ୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ତିନିଜଣ ଶ୍ରମିକ ଉତ୍ତର ପ୍ରଦେଶରେ ଥିଲେ ଏବଂ ମୁମ୍ବାଇରୁ ନିଜ ଘରକୁ ଫେରୁଥିଲେ । ଶ୍ରମିକ ମାନେ ଗୋଟିଏ ପିକଅପ୍ ଭ୍ୟାନରେ ଫେରୁଥିବା ବେଳେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଏଥିରେ ୧୫ଜଣ ଶ୍ରମିକ ଆହତ ହୋଇଛନ୍ତି ।
- ଗୁରୁବାର ଦିନ ଗୁନାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଟ୍ରକରେ ଯାଉଥିବା ବେଳେ ତାଙ୍କୁ ଏକ ବସ୍ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫ଜଣ ଆହତ ହୋଇଥିଲେ ।
- ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ବୁଧବାର ଦିନ ବିଳମ୍ବିତ ରାତିରେ ଏକ ବସ୍ ରାସ୍ତାରେ ଯାଉଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲା । ୬ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଶ୍ରମିକ ଆହତ ହୋଇଥିଲେ ।
- ମେ ୧୦ରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ସଡକ ଦୂର୍ଘଟଣାରେ ୫ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣାରେ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ଜୀବନ ଚାଲିଯାଇଥିଲା ।
- ମହାରାଷ୍ଟ୍ରର ଔରଙ୍ଗାବାଦରେ ଗୁରୁବାର ଦିନ ବିଳମ୍ବିତ ରାତିରେ ୧୬ଜଣ ପ୍ରବାସୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଔରଙ୍ଗାବାଦରୁ ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା ବେଳେ ଥକି ଯାଇ ଔରଙ୍ଗାବାଦ ଜାଲନା ରେଳ ଟ୍ରାକ ଉପରେ ଶୋଇପଡ଼ିଥିଲେ । ଏବଂ ତାଙ୍କ ଉପରେ ମାଲବାହୀ ଟ୍ରେନ ଚଢି ଯାଇଥିଲା ।
उत्तर प्रदेश के औरैया में सड़क दुर्घटना बेहद ही दुखद है। सरकार राहत कार्य में तत्परता से जुटी है। इस हादसे में मारे गए लोगों के परिजनों के प्रति अपनी संवेदना प्रकट करता हूं, साथ ही घायलों के जल्द से जल्द स्वस्थ होने की कामना करता हूं।
— Narendra Modi (@narendramodi) May 16, 2020
ଅନ୍ୟପଟେ ଆଜି ଉତ୍ତର ପ୍ରଦେଶର ଔରୈୟାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ୨୪ଜଣ ଶ୍ରମିକଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ସଡ଼କ ଦୁର୍ଘଟଣା ବହୁତ ଦୁଃଖଦ ଘଟଣା । ଏବଂ ସେ ଏହା ମଧ୍ୟ ଲେଖିଛନ୍ତି ଯେ ସରକାର ଉଦ୍ଧାର କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି । ଏବଂ ଏହି ଦୁର୍ଘଟଣା ମୃତ୍ୟୁ ବରଣ କରିଥିାବା ଶ୍ରମିକମାନଙ୍କ ପରିବାର ଲୋକଙ୍କ ପ୍ରତି ସେ ସମ୍ବେଦନା ଜଣାଇବା ସହ ଆହତମାନେ ଶୀଘ୍ର ସୁସ୍ଥ ହେବା ନେଇ ସେ କାମନା କରିଛନ୍ତି ।