spot_img

Latest Posts

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ବ୍ରହ୍ମପୁର: କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପୋଲସରା ମାଟିଆସାହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୪୦ ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ । ସେ ସୁରତ୍‌ରୁ ଆସିଥିବା ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଗତ ୬ ତାରିଖରେ ଓଡ଼ିଶାକୁ ଫେରିଥିଲେ । ସେହି ଦିନ ସନ୍ଧ୍ୟାଠାରୁ ସେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଆସୁଥିଲେ । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ତାଙ୍କୁ ଜ୍ୱର ହୋଇଥିବା ନେଇ ସୂଚନା ରହିଛି ।

ମୃତକ ଜଣଙ୍କ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା । ତାଙ୍କ ସହ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୋଟ ୬୯ଜଣ ସୁରଟ ଫେରନ୍ତା ରହୁଥିଲେ । ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ହଠାତ୍‌ ସେ ଟଳି ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଫୋନରେ ତାଙ୍କ ସହ କଥା ହୋଇଥିଲେ। ଏହାର କିଛି ସମୟ ପରେ ଖବର ପାଇଲି ସ୍ୱାମୀ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଆସି ମୃତକଙ୍କ ସ୍ୱାବ୍‌ ସଂଗ୍ରହ କରିଛନ୍ତି।

 

Latest Posts

Don't Miss