ଡମପଡ଼ା ଅଭୟାରଣ୍ୟକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର: ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା  । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ  ବିଦେଶୀ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୫ହଜାର ବୃଦ୍ଧି ପାଇଛି  । ଗତବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ୧୬,୦୧୩ ଥିବାବେଳେ ଚଳିତବର୍ଷ ୨୧,୯୪୮ରେ ପହଞ୍ଚିଛି  । ବିଦେଶୀ ପକ୍ଷୀମାନଙ୍କ ମାଧ୍ୟରେ ଅଛନ୍ତି ୱେଟଲ୍ୟାଣ୍ଡ ବାର୍ଡ଼, ମାଗ୍ରଟୋରୀ ବାର୍ଡ଼, ଏରୀଷ୍ଟାର ବାର୍ଡ଼, ନରଟେଲ ପ୍ରିନଟେଡ଼ ଭଳି ପକ୍ଷୀ  । ଚନ୍ଦକା ୱାଇଲଡ ଲାଇଫ ପକ୍ଷରୁ ଏକ ୧୨ଜଣିଆ ଟିମ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ  । ଏମାନଙ୍କ ବ୍ୟତୀତ ଚନ୍ଦକା ରେଞ୍ଜର ଏସିଏଫ, ରେଞ୍ଜ ଅଫିସର, ଫରେଷ୍ଟ ଗାର୍ଡ ଟିମ ଏଥିରେ ସାମିଲ ହୋଇଥିଲେ  ।

ଅପରପକ୍ଷରେ ପ୍ରତିବର୍ଷ ପରୀ ଚଳିତ ବର୍ଷ ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ଏଣୁ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ ।  ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।  ୨୧ଟି ଟିମ୍ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବ । ଆଜିର ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସଂଗଠନର ଅଭିଜ୍ଞ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଗତବର୍ଷ ଚିଲିକାକୁ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୧୯ ଅପେକ୍ଷା ୨୦୨୦ରେ ପକ୍ଷୀଙ୍କ ଆଗମନ ବଢ଼ିଥିଲା । ୨୦୧୯ରେ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ ।

ଏଥିସହିତ ପଢ଼ନ୍ତୁ:  ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

Leave a Reply