ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସହିଦ
1 min read
ବାରମେରା: ରାଜସ୍ଥାନର ବାରମେରରେ ବାୟୁସେନାର ବିମାନ ଦୁର୍ଘଟଣା । ଧ୍ବଂସ ହୋଇଗଲା ମିଗ୍-୨୧ ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟ ସହିଦ ହୋଇଛନ୍ତି । ଦୁର୍ଘଟଣା ପରେ ଫାଇଟର ଜେଟଟି ସମ୍ପୂର୍ଣ୍ଣ ଜଳି ଯାଇଛି ।
ଦୁର୍ଘଟଣାସ୍ଥଳରେ ବାୟୁସେନା ଅଧିକାରୀମାନେ ପହଞ୍ଚିଛନ୍ତି । ଏପଟେ ଘଟଣା ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ଦେଲେ ବାୟୁସେନା ମୁଖ୍ୟ । ଟ୍ରେନିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାରମେର ବାୟୁସେନାର ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।