ରାତିରେ ସମସ୍ତେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଉଠିଲା ବେଳକୁ…
1 min readପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତର ମାଛପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୧ଟି ପରିବାରର ୨୧ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଆନୁମାନିକ କୋଟିଏ ଟଙ୍କାର ସମ୍ପନି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ସୋଇଥିବା ସମୟରେ ହଠାତ ଘର ସବୁ ଜଳିବାକୁ ଲାଗିଥିଲା ।
ନିଆଁଲାଗିବା ପରେ ଏହା ଗୋଟିଏ ପରେ ଗୋଟିଏ ବଖରାକୁ ମାଡ଼ିଯାଇଥିଲା । ନିଆଁରେ ଲୋକଙ୍କ ଧାନ, ଚାଉଳ, ବିରି, ମୁଗ ସହିତ ଆସବାବପତ୍ର ଓ ଘରେଥିବା ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୫ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀମାନେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଏହା ପରେ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ')}