ପିଲାଙ୍କ ପାଠପଢ଼ା ପାଇଁ ମାଇକ୍ରୋସଫ୍ଟର ନୂଆ ଲାପଟପ୍, ଦାମ ମାତ୍ର ୧୮ ହଜାର

1 min read

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନ କ୍ଲାସ ବହୁତ ବଢ଼ି ଯାଇଛି । ବିଶେଷ କରି କରୋନା କାଳରେ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଅନଲାଇନ ଷ୍ଟଡି ଫ୍ରାଣ୍ଡଲି ଲାପଟପ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏମିତି ସ୍ଥିତିରେ ପ୍ରାୟ ସବୁ ସଫ୍ଟଓ୍ବେର କମ୍ପାନୀ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ ସହ ଲାପଟପ୍ ଲଞ୍ଚ କରୁଛନ୍ତି । ଯାହାର ମୂଲ୍ୟ ସାଧାରଣ ଲାପଟପଠାରୁ କମ ରହୁଛି । ଏବେ ମାଇକ୍ରୋସପ୍ଟ ଏମିତି ଲାପଟପ୍ ଲଞ୍ଚ କରିଛି । ଯାହାର ନାଁ  Surface Laptop SE ରଖାଯାଇଛି । ଏଥିରେ Windows 11ର ଭର୍ଜନ ଦିଆଯାଇଛି । ଗୁରୁତ୍ବପୂଣ୍ଣର୍ କଥା ହେଲା ଏହା କମ୍ପାନୀର ସବୁଠାରୁ ଶସ୍ତା ଲାପଟପ୍ ହେବାକୁ ଯାଉଛି । ଏହାର ମୂଲ୍ୟ ୨୪୯ ଡଲାର (ପାଖାପାଖି ୧୮ ହଜାର ୫୨୩ ଟଙ୍କା) ରହିଛି । ଆସନ୍ତାବର୍ଷ ଏହା ବଜାରରେ ଉପଲବ୍ଧ ହେବ ।

କ’ଣ ରହିଛି ବିଶେଷତ୍ବ ?

Surface Laptop SEରେ ୧୧.୬ ଇଞ୍ଚର ସ୍କ୍ରିନ୍ ରହିଛି । ସ୍କ୍ରିନ ରେଜୁଲୋସନ୍ 1366X768p ରହିଛି । ଏସ୍ପେଟ ରେସିଓ ୧୬:୯ ରଖାଯାଇଛି । ଏଥିରେ Intel Celeron N4020 ପ୍ରୋସେସର ଦିଆଯାଇଛି । ଏହାକୁ 4GB କିମ୍ବା 8GB  ରାମ୍ ସହ କିଣି ପାରିବେ । ଏଥିରେ 64GB ଓ 128GB eMMC ସପୋର୍ଟ ଦିଆଯାଇଛି ।

୧ ମେଗାଫିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି, ଯାହା 720p ଭିଡିଓ ରେକର୍ଡ କରିବାକୁ ସକ୍ଷମ । ଏହାସହ ସିଙ୍ଗିଲ USB A ପୋର୍ଟ, USB ଟାଇପ୍ C ପୋର୍ଟ ଓ ୩.୫ଏମଏମ ହେଡଫୋନ୍ ଦିଆଯାଇଛି ।

ମାଇକ୍ରୋସଫ୍ଟ ପକ୍ଷରୁ ଦାବି କରାଯାଇଛି ଲାପଟପ ୧୬ ଘଣ୍ଟା ଚାର୍ଜ ଦେବ । ବର୍ତ୍ତମାନ ଏହା ଆମେରିକା, ବ୍ରିଟେନ, କନାଡ଼ା ଓ ଜାପାନ ମାର୍କେଟରେ ଲଞ୍ଚ ହୋଇଛି । ଏହାକୁ ଏମିତି ତିଆରି କରାଯାଇଛି ଯେ, ମରାମତି କରିବା ସହଜ ହେବ ।

ଲାପଟପରେ Windows 11 SE ଦିଆଯାଇଛି । ଛାତ୍ର ଓ ସ୍କୁଲ ଆଡମିନିଷ୍ଟ୍ରେସନ ପାଇଁ ଏହି ଅପରେଟିଙ୍ଗ ସିଷ୍ଟମ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ଓ୍ବେବ ବେସଡ୍ ଆପ୍ ବ୍ୟବହାର ହୋଇଛି ।

ତେବେ ଭାରତରେ ଏହି ଲାପଟପ୍ କମ୍ପାନୀ ଲଞ୍ଚ କରିବ କି ନାହିଁ ତାହା ସ୍ପଷ୍ଟ କରିନି । ଭାରତରେ ଅନ୍ୟ ସରଫେସ୍ ଲାପଟପ୍ ମିଳୁଥିବାରୁ ଆଗାମୀ ଦିନରେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି ।

Leave a Reply