କ୍ଯାନ୍ସରରୁ ମୁକ୍ତି ଦେବା ସହ ମେଦ ବହୁଳତା ଓ ଡାଇବେଟିସ୍ ପାଇଁ ଅତ୍ଯନ୍ତ ଉପାଦେୟ ମିରାକଲ୍ ବେରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଦାଦା ପୁତୁରାଙ୍କ ନିଆରା ପ୍ରୟାସ । ଅନେକ ବିଦେଶୀ ଫଳକୁ ଆଣି ନିଜ ବଗିଚାରେ ଅମଳ କରି ବେଶ ଚର୍ଚ୍ଚାରେ ଦାଦା ରାମପ୍ରସାଦ ଗନ୍ତାୟତ ଓ ପୁତୁରା ଆକାଶ ଗନ୍ତାୟତ । ବି-ଟେକ କୃଷି ଇଞ୍ଜିନିୟର ହୋଇ ବି ଚାଷ କାମ କରି ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି ଆକାଶ । ଜୟପୁର ବ୍ଲକ ସାନଓଜେଇ ଗାଁରେ ନିଜର ଫାର୍ମ ହାଉସ କରି ଅନେକ ବିଦେଶୀ ଫଳ ସହ ମିରାକଲ୍ ବେରୀ ଚାରା ଲଗାଇ ଅନ୍ଯମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସ୍ବାଦ ଯେମିତି ଦେହକୁ ବି ସେତିକି ଉପକାରୀ । କ୍ଯାନ୍ସରରୁ ମୁକ୍ତି ଦେବା ସହ ମେଦ ବହୁଳତା ଓ ଡାଇବେଟିସ୍ ପାଇଁ ଅତ୍ଯନ୍ତ ଉପାଦେୟ । ସ୍ବାସ୍ଥ୍ଯର ଯତ୍ନ ନେବ ମିରାକଲ୍ ବେରୀ । ଏମିତି ଏକ କୋଳି ଚାଷ କରି ଚର୍ଚ୍ଚାରେ ଜୟପୁରର ଆକାଶ ଗନ୍ତାୟତ । ଦାଦା ଦାଦା ରାମପ୍ରସାଦ ଗନ୍ତାୟତ ଓ ପୁତୁରା ଆକାଶ ଗନ୍ତାୟତ ତାଙ୍କ ଫାର୍ମ ହାଉସରେ ଅନେକ ଫଳ ଉତ୍ପାଦନ କରୁଥିବାବେଳ ଏବେ ୱେଷ୍ଟ ଆଫ୍ରିକାନ ଦେଶର ଏହି ମିରାକଲ କୋଳି ଲଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଳଟି ସୁଆଦିଆ ନଥିଲେ ମଧ୍ୟ ଖାଇବାକୁ ଭଲ ଲାଗେ । କୋଳିଟି ଖାଇବାର କିଛି ସମୟ ଯାଏ ଆପଣ ଲେମ୍ବୁ,ଖଟା ଆମ୍ବ ଏମିତି ଅନେକ ଖଟା ଜାତୀୟ ଜିନିଷ ଖାଇଲେ ମଧ୍ଯ ମିଠା ଲାଗେ । ଆଗାମୀ ଦିନରେ ଲୋକଙ୍କ ଗ୍ରହଣୀୟତାକୁ ଦେଖି ବଜାର ନିବେଶ ପାଇଁ ଲକ୍ଷ୍ଯ ରଖିଥିବା କହିଛନ୍ତି ଆକାଶ ।

ଏହି ବେରୀର ବୈଜ୍ଞାନିକ ନାମ ହେଉଛି ସିନ୍ସେପାଲମ୍ ଡୁଲସିଫମ୍ । ଏହିସବୁ ଫଳ ବିଦେଶୀ, ସାଧାରଣତଃ ଭାରତୀୟ ପରିବେଶରେ ହୁଏନାହିଁ । ଏହି ସବୁ ଫଳ ସାଧାରଣ ତହ ଭାରତୀୟ ପରିବେଶ ରେ ହୁଏ ନାହିଁ । ଏଥିରେ ଗ୍ଲାଇକୋପ୍ରୋଟିନ୍ , କାର୍ବୋହାଇଡ୍ରେଟ୍, ମିରାକ୍ଯୁଲିନ୍ ଭଳି ଅନେକ ତତ୍ତ୍ବ ରହିଛି । ବିଭିନ୍ନ ଦେଶରେ ଏହି ଫଳରୁ ଲୋକମାନେ ବୀଅର, ଆଚାର, ଜାମ ଭଳି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରନ୍ତି । ଔଷଧୀୟ ଗୁଣ ସହ ଏଥିରେ ଭିଟାମିନ-ସି ,ଫାଇବର, ଏସିଟୋଜେନିନ୍ ରହିଛି । କ୍ଯାନ୍ସର, ସ୍ଥନ କର୍କଟ, ଓଷ୍ଟିଓପୋରୋସିସ୍, ଲେଗ୍ କ୍ରମ୍ପସ୍ ଭଳି ରୋଗୀଙ୍କ ପାଇଁ ଏହା ଉପାଦେୟ ।