IPL 2021 MI vs RCB: କିଏ କେତେ ଶକ୍ତିଶାଳୀ?

1 min read

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ ତମ ସିଜନ୍ ଏପ୍ରିଲ୍ ୯ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଓ ରୟାଲ୍ ଚାଲେଞ୍ଜ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ । ରୋହିତ ଶର୍ମାଙ୍କ କ୍ୟାପଟେନସିପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ସଫଳ ଟିମ୍ ଭାବେ ଠିଆ ହୋଇଥିବା ବେଳେ ୫ଥର ବିଜୟ ମୁକୁଟ ହାତେଇ ସାରିଛି ।  କିନ୍ତୁ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଆରସିବି ଏଯାଏଁ ଥରୁଟିଏ ବି ଟାଇଟଲ୍ ଟ୍ରଫି ଉପରେ ଅକ୍ତିଆର କରିପାରିନାହିଁ।

ହେଲେ ରୋହିତ ଓ ବିରାଟଙ୍କ ଟିମ୍ ମଧ୍ୟରୁ କାହା ଟିମ୍ ଆଗରେ ଓ କିଏ ଅଧିକ ଶକ୍ତିଶାଳୀ ଜାଣିଛନ୍ତି କି?

୨୦୦୮ରୁ ୨୦୨୦ ମଧ୍ୟରେ ଏହି ଦୁଇ ଟିମ୍ ଭିତରେ ସର୍ବମୋଟ୍ ୨୯ ମ୍ୟାଚ୍ ଖେଳାଯାଇଛି । ସେଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ମ୍ୟାଚ୍ ଉପରେ କବଜା କରିଛି । ସେପଟେ ଆରସିବି ୧୦ଟି ମ୍ୟାଚ୍ ଜିତିଥିଲା ।

ଖାସ୍ କରି ଆଇପିଏଲରେ ଦୁଇ ଟିମ୍ ଭିତରେ ୨୭ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଦୁଇଟି ମ୍ୟାଚ୍ ଚାମ୍ପିଅନ୍ସ ଲିଗ ଅବା ସୁପର ଓଭରରେ ଖେଳା ଯାଇଥିଲା । ହେଲେ ୨ ଚାମ୍ପିଅନ୍ସ ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ବାଜିମାତ୍ କରିଥିଲା । ଏହି ଦୁଇ ଟିମ୍ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ତୃତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ।  ଏହି ମଇଦାନରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ୨୦୦୮ ଓ ୨୦୦୯ରେ ଦୁଇଟି ମ୍ୟାଚ୍ ଖେଳିଥିଲେ । ଆଉ ୧-୧ ରେ ବରାବର କରିଥିଲେ ।

୨୦୧୦ ଆଇପିଏଲରେ  ଟିମ୍ ମଧ୍ୟରେ ମୋଟ୍ ୩ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ଓ ଆରସିବି ଗୋଟିଏ ମ୍ୟାଚ୍ ଜିତିଥିଲା । ପରେ ପରେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ରେ ଉଭୟ ଟିମ୍ ମଧ୍ୟରେ ଦୁଇ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଯାହାକୁ ଉଭୟ ଦଳ ୧-୧ରେ ବରାବର ରଖିଥିଲେ । ଠିକ୍ ସେହିପରି ୨୦୧୬ ଓ ୨୦୧୭ ଆଇପିଏଲରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ଦୁଇ-ଦୁଇ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ହେଲେ ୪ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବାଜିମାତ୍ କରିଥିଲା । ୨୦୧୮ରେ ମଧ୍ୟ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍ ଖେଳି ୧-୧ରେ ଜିତିଥିଲେ ।

୨୦୧୯ ଆଇପିଏଲ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍ ଜିତିଥିଲା ବେଳେ ଗତବର୍ଷ ଉଭୟ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ୧-୧ ରେ ବିଜୟ ହାସଲ୍ କରିଥିଲେ। କହିବାକୁ ଗଲେ ହେଡ୍ ଟୁ ହେଡରେ ମୁମ୍ବାଇ ଇଣ୍ଡିଆନ୍ସ ଆରସିବି ଠାରୁ ଖୁବ୍ ଆଗରେ ରହିଛି । ଚଳିତ ଥର ଆଇପିଏଲର ୧୪ ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ ଟୁ ହେଡ୍ ରେ ଆରସିବି ଠାରୁ ଆହୁରି ଆଗକୁ ଚାଲିଯିବ କି ଆରସିବି କଡା ଟକ୍କର ଦେବ ତାହା ଦେଖି            ବାକୁ ବାକି ରହିଲା ।

Leave a Reply