spot_img

Latest Posts

IPL 2021 Live Score: ଟସ୍ ଜିତିଲା କେକେଆର୍, ପ୍ରଥମେ କରିବ ବୋଲିଂ

ଚେନ୍ନାଇ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପଞ୍ଚମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ତେବେ କେକେଆର୍ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ସେ ବି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ହିଁ ଚାହୁଁଥିଲେ। ତେବେ ଆଉ କିଛି ମୁହୁର୍ତ୍ତରେ ଆରମ୍ଭ ହୋଇଯିବ ମଇଦାନରେ ଘମାଘୋଟ ଲଢ଼େଇ।

କୋଲକାତା ନାଇଟ୍ ରାଇଡର୍ସ ନିଜର ପ୍ଲେଇଂ ଇଲେଭେଲରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ କରିଛି ସାମାନ୍ୟ ପରିବର୍ତ୍ତନ । କ୍ରିସ୍ ଲିନଙ୍କ ସ୍ଥାନରେ କ୍ୱିଣ୍ଟନ ଡିକକକୁ ସୁଯୋଗ ଦେଇଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିନଥିବାରୁ ପୂର୍ବ ମ୍ୟାଚରେ ଆରସିବି ବିପକ୍ଷରେ ଖେଳିପାରି ନଥିଲେ ଡିକକ୍। ତାଙ୍କ ସ୍ଥାନରେ କ୍ରିଶ୍ ଲିନ୍ ମଇଦାନକୁ ଓହ୍ଲାଇଥିଲେ ।

ପ୍ଲେଇଂ ଇଲେଭେନ୍:

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା (କ୍ୟାପଟେନ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରାନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚାହର, ମାର୍କୋ ଜେନସନ, ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମରାହ।

 କୋଲକାତା ନାଇଟ୍ ରାଇଡର୍ସ- ନୀତୀଶ ରାଣା, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ଆୟୋନ୍ ମୋର୍ଗାନ (ଅଧିନାୟକ), ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ, ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣ ଏବଂ ବରୁଣ ଚକ୍ରବର୍ତ୍ତୀ।

 

Latest Posts

Don't Miss